ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦାର ଭୋଟର ଅଧିକ ବିକାଶ ଆଶାରେ ପରିବର୍ତ୍ତନ କରିଥିଲେ । ପରିବର୍ତ୍ତନର ମାତ୍ର ୧୭ ମାସ ମଧ୍ୟରେ ସୁକିନ୍ଦାରେ ବିକାଶ ନୁହେଁ ବିନାଶ ଚାଲିଛି । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଖଣି ଅଞ୍ଚଳ । ନେତୃତ୍ୱ ପରିବର୍ତ୍ତନ ପରେ ସୁକିନ୍ଦା ବିକାଶ ପାଇଁ ଡିଏମଏଫ ରେ ଥିବା ଅର୍ଥର ୭୦% ପଡୋଶୀ ଜିଲ୍ଲାରେ ଖର୍ଚ୍ଚ ହେଉଥିଲା ବେଳେ ୩୦% ଅର୍ଥ ଖର୍ଚ୍ଚ ହେଉଛି ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ । ସେଥି ମଧ୍ୟରୁ ୫ଟି ପଞ୍ଚାୟତ ବାଦ ପଡିଛି । ଖଣି ପ୍ରଭାବିତ ଅଞ୍ଚଳର ଜନ ସାଧାରଣ ନିଜ ଶୁଖ ଦୁଃଖ ବୁଝିବାକୁ ଯେଉଁ ମାନଙ୍କୁ ନିର୍ବାଚିତ କରିଛନ୍ତି, ସେମାନଙ୍କୁ ଟ୍ରଷ୍ଟ ବୋର୍ଡରେ ସ୍ଥାନ ମିଳୁନାହିଁ । ଚଞ୍ଚକତା କରି ସେମାନଙ୍କୁ ଦୁରେଇ ଦିଆ ଯାଇଛି । ଖଣି ଅଞ୍ଚଳର ଯୁବକ ରୋଜଗାର ନପାଇ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଥିଲା ବେଳେ ରାଜ୍ୟ ବାହାର ଲୋକ ଆମ ଖଣି ଅଞ୍ଚଳରେ ଚାକିରୀ ପାଉଛନ୍ତି । ସୁକିନ୍ଦା ବିକାଶରେ ତାଲା ପଡି ସାରିଛି । ନବ ନିର୍ବାଚିତ ପ୍ରତିନିଧି କିଛି ବୁଝି ପାରୁ ନାହାନ୍ତି । ଯଦି କିଛି ବୁଝି ପାରୁ ନାହଁ ତାହା ହେଲେ ସାହାଯ୍ୟ ଓ ସହଯୋଗ ମାଗ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ସେ ଆହୁରି କହିଥିଲେ ସୁକିନ୍ଦାର ନିରୀହ ଲୋକମାନଙ୍କୁ ଧମକ ଦିଆଯାଇ ଦଳରେ ସାମିଲ କରାଯାଉଛି । ଦଳରେ ସାମିଲ ନହେଲେ ଚାକିରିରୁ ଛଟେଇ କରିବାର ଧମକ ମିଳୁଛି। ଏହା କଣ ସୁକିନ୍ଦାର ପରିବର୍ତ୍ତନ ?ଲୋକମାନେ ସବୁ ବୁଝି ସାରିଲେଣି । ଯେଉଁଥି ପାଇଁ ଆଜି ହଜାର ହଜାର ସଂଖ୍ୟାରେ ସ୍ୱତପବୃତ୍ତ ଭାବେ ପଦଯାତ୍ରାରେ ଯୋଗଦାନ କରିଛନ୍ତି । ଆଗକୁ ଏହି ସଂଖ୍ୟା ଅଧିକ ବୃଦ୍ଧି ପାଇବ । ବିଜେଡି ଘରକୁ ଘର ଯାଇ ଲୋକମାନଙ୍କୁ ବିଜେପି ବିନାଶର ବାର୍ତ୍ତା ଦେବ । ଅନ୍ୟତମ ଅତିଥି ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ କହିଥିଲେ ବିଜେପି ଭୋଟ ଚୋରି କରୁଛି, ଚାକିରୀ ଚୋରି କରୁଛି । ଲୋକମାନେ ସବୁ ବୁଝି ସାରିଲେଣି । ଆଗାମି ଦିନରେ ସୁକିନ୍ଦାବାସୀ ଏହାର ଜବାବ ଦେବେ ।

ଗତକାଲି ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳରେ ଆୟୋଜିତ ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ଯୋଗଦେଇ ଏହା କହିଛନ୍ତି ଇଂ ପ୍ରୀତିରଞ୍ଜନ ଘଡାଇ ଓ ଶର୍ମିଷ୍ଠା ସେଠୀ । ଏହି ପଦଯାତ୍ରା ଦୁର୍ଗାପୂଜା ପଡ଼ିଆରୁ ଆରମ୍ଭ ହୋଇ ପ୍ରୀତିନଗର କେଟିଏଲ କ୍ୟାମ୍ପ ପର୍ଯ୍ୟନ୍ତ ଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ବ୍ଲକ ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ଉପାଧ୍ୟକ୍ଷ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ପରିଷଦ ସଭ୍ୟା ଜେମା ଚାଖି, ଯୁବ ବିଜେଡି ନେତା ଦେବୀ ପ୍ରସାଦ ମହାନ୍ତି, ଏସଆରସିକେଏମଏସର ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଶ୍ରମିକ ସଂଘ ଉପ ସଭାପତି ପ୍ରଭାତ ରଞ୍ଜନ ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ଭଗବତୀ ମହାନ୍ତ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟଙ୍କ ସହିତ ହଜାର ହଜାର ବିଜେଡି କର୍ମୀ ଯୋଗଦାନ କରିଥିଲେ ।




















