Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ସୁନାର ସୁକିନ୍ଦାରେ ଦାଦନ ଦୁଃଖ

ସୁନାର ସୁକିନ୍ଦାରେ ଦାଦନ ଦୁଃଖ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯାଜପୁର ଜିଲ୍ଲାର ସୁକିନ୍ଦା । ସୁକିନ୍ଦାକୁ କୁହା ଯାଏ ସୁନାର ସୁକିନ୍ଦା । ଅସରନ୍ତି ଖଣିଜ ସମ୍ପଦରେ ଭରପୁର ସୁକିନ୍ଦା ସାରା ବିଶ୍ୱରେ ପରିଚିତ । ଗୋଟିଏ ପଟେ ମାଟି ତଳେ ଖଣିଜ ସଂପଦ ଭରି ରହିଥିଲା ବେଳେ ମାଟି ଉପରେ ସୁନାର ଫସଲ ବି ଲହଡି ଖେଳେ । ସଂଖ୍ୟାଧିକ ବଡ଼ ଛୋଟ କଳ କାରଖାନା ସ୍ଥାପନ ହେବା ଦ୍ୱାରା ଏହି ଅଞ୍ଚଳ ଏବେ କେବଳ ରାଜ୍ୟ ନୁହେଁ ଦେଶ ଅର୍ଥନୀତି ବିକାଶର ଅନ୍ୟତମ ସ୍ଥାନ ହୋଇଛି । ବଣ ପାହାଡ଼ ଘେରା ସୁକିନ୍ଦାର ଭବିଷ୍ୟତକୁ ଦେଖିଥିଲେ ଦୂରଦ୍ରଷ୍ଟା ରାଜନେତା ଜନନାୟକ ବିଜୁ ପଟ୍ଟନାୟକ । ଶିଳ୍ପର ମୂଳଦୁଆ ପକାଇ କଳିଙ୍ଗନଗର ର ସ୍ଥାପନା କରିଥିଲେ । ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବାକୁ ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ବେଶ ଉଦ୍ୟମ କରିଥିଲେ । ଏହି ଧାରା ନବୀନ ପଟ୍ଟନାୟକଙ୍କ ସମୟରେ ଦ୍ରୁତ ଗତିରେ ଆଗକୁ ବଢିଥିଲା ବେଳେ ପ୍ରଫୁଲ୍ଲଙ୍କ ପରେ ତାଙ୍କ ସୁପୁତ୍ର ଇଂ ପ୍ରୀତିରଞ୍ଜନ ଘଡାଇ ମଧ୍ୟ ଆଗେଇ ନେଇଥିଲେ । ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ଖଣି ଓ କାରଖାନା ଚାଲିଥିଲା ବେଳେ ସ୍ଥାନୀୟ ଯୁବକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିଲା । କଳିଙ୍ଗନଗର ସହିତ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଆର୍ଥିକ ମାନ ଦଣ୍ଡ ବେଶ ଉଚ୍ଚକୁ ଯାଇ ପାରିଛି । ନୂଆ ବିକାଶକୁ ପରଖିଛନ୍ତି ସୁକିନ୍ଦାବାସୀ ।

ସମୟ ବଦଳିବା ସହିତ ସରକାର ବଦଳି ଯାଇଛି । ସୁକିନ୍ଦାରେ ନେତୃତ୍ୱ ବି ବଦଳି ଯାଇଛି । ସରକାର ବଦଳିବାକୁ ୧୭ ମାସ ଅତିକ୍ରାନ୍ତ ହୋଇଛି । ହେଲେ ଏହି ବଦଳା ସମୟ ମଧ୍ୟରେ ସୁନାର ସୁକିନ୍ଦାରେ ବି ବ୍ୟାପକ ପରିବର୍ତ୍ତନ ହୋଇଛି । ଦୁର୍ବଳ ନେତୃତ୍ୱ ଯୋଗୁ ସୁକିନ୍ଦାର ବ୍ୟବସ୍ଥିତ ଢାଞ୍ଚାରେ ପରିବର୍ତ୍ତନ ହୋଇ ଅବ୍ୟବସ୍ଥିତ ହୋଇ ପଡିଛି । ଖଣି ବନ୍ଦ ହେବା ନିଯୁକ୍ତିରେ ବାଧା ସୃଷ୍ଟି କରିଛି । ଖଣି ବନ୍ଦ ହେବା କଳ କାରଖାନାର ଉତ୍ପାଦନ ଉପରେ ବ୍ୟାପକ ପ୍ରଭାବ ପକାଇଛି । ଖଣି ଓ କଳ କାରଖାନାରୁ ଛଟେଇ ଆରମ୍ଭ ହୋଇଛି । ଯାହାର ପ୍ରଭାବ ବେଶି ପଡିଛି ଶ୍ରମିକଙ୍କ ଉପରେ । ଖଣି, କଳ କାରଖାନାରେ କାମ କରି ରୋଜଗାର କରି ପରିବାର ଚଳାଉଥିବା ଶ୍ରମିକ ଏବେ ପରିବାର ଚଳାଇବା ଚିନ୍ତାରେ । ଅନ୍ୟ ଖଣିକୁ କାମ କରିବାକୁ ଗଲା ବେଳେ ସେଠାରେ ନିଯୁକ୍ତି ନାହିଁ । ବାହାର ରାଜ୍ୟର ଶ୍ରମିକଙ୍କୁ ନିଯୁକ୍ତି ମିଳୁଥିଲା ବେଳେ ସୁକିନ୍ଦାର ଭୂମିପୁତ୍ର ଖଣି ଠିକାଦାରଙ୍କ ନାଲି ଆଖିର ସମ୍ମୁଖୀନ ହେଉଛି । ସ୍ଥାନୀୟ ନେତୃତ୍ୱ ନିକଟରେ ଅଭିଯୋଗ କଲେ ନିରାଶ ହେଉଛି । ଦିନେ ଭଲ ରୋଜଗାର କରି ନିଜ ପରିବାର ଚଳାଇବା ସହିତ ନିଜ ପିଲାଙ୍କୁ ଭଲ ମଣିଷ କରିବାର ସ୍ୱପ୍ନ ଦେଖୁଥିବା ବିଚରା ନିରୀହ ଲୋକମାନେ ନିରାଶ ହୋଇ ପଡିଛନ୍ତି । ପରିବାର ଚଳାଇବାକୁ ଏବେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବା ଆରମ୍ଭ କରିଛନ୍ତି । ଆଗକୁ ଏହି ଧାରା ଅଧିକ ହେବା ନିଶ୍ଚିତ । ପ୍ରାଚୁର୍ଯ୍ୟ ଓ ସମ୍ଭାବନାର ମାଟି ସୁନାର ସୁକିନ୍ଦାର ଭୂମିପୁତ୍ର ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲା ବେଳେ ସରକାର, ଜିଲ୍ଲା ପ୍ରଶାସନ, ସ୍ଥାନୀୟ ଲୋକ ପ୍ରତିନିଧି ପଦକ୍ଷେପ ନେବା ବଦଳରେ ଚୁପ ବସିଥିବା ଅଭିଯୋଗ ହେଉଛି । ଯେଉଁଠି ଜିଲ୍ଲା ଖଣିଜ ନ୍ୟାସ ପାଣ୍ଠି(ଡି ଏମ ଏଫ) ଅର୍ଥର ୭୦ ଭାଗ ଅର୍ଥ ପଡୋଶୀ ଜିଲ୍ଲାରେ ଖର୍ଚ୍ଚ ହେଉଛି, ଯେଉଁଠି ଖଣିଜ ନ୍ୟାସ ପାଣ୍ଠି ବିନିଯୋଗରୁ ୫ ପଞ୍ଚାୟତ ବାଦ ପଡି ଯାଉଛି ସେଠି ସୁନାର ସୁକିନ୍ଦାର ଶ୍ରମିକ ମାନଙ୍କ ଜୀବନ ଜୀବିକାକୁ ପଚାରେ କିଏ ବୋଲି ପ୍ରଶ୍ନ କରିଛନ୍ତି ଖଣି, କଳ କାରଖାନା ପାଇଁ ବଳିଦାନ ଦେଇଥିବା, ନିଜର ଭିଟା ମାଟି ହରାଇଥିବା ସୁନାର ସୁକିନ୍ଦାର ଭୂମିପୁତ୍ର ମାନେ ।

Leave a comment

Your email address will not be published. Required fields are marked *