ଓଡ଼ିଶା ଲିଡ୍ସ(ଯାଜପୁର): ଏକ ଦାୟିତ୍ୱ ସଂପନ୍ନ ବିରୋଧି ଦଳ ପାଇଁ ସୁଦୃଢ଼ ସଂଗଠନ ନିହାତି ଜରୁରୀ। ଗତ ନିର୍ବାଚନରେ ପରାଜୟ ପରେ ମଧ୍ୟ ବିଜେଡି ତାର ସଂଗଠନ ସଜାଡ଼ିବାରେ ଆଦୌ ଅବହେଳା କରୁନାହିଁ । ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ ନିର୍ବାଚନ ପରଠାରୁ ନିଜ ଗଡ଼ ସଜାଡି ଚାଲିଛନ୍ତି । ସର୍ବାଧିକ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ରହି ଦଳୀୟ ସଂଗଠନ ବଢ଼ାଇ ଚାଲିଛନ୍ତି । ଆଜି ସୁକିନ୍ଦା ବ୍ଲକ୍ ପିଙ୍ଗଲ ପଞ୍ଚାୟତରେ ଇଂ ଘଡାଇ ଦଳୀୟ କର୍ମୀ ମାନଙ୍କୁ ନେଇ ବୈଠକ କରିଛନ୍ତି । ଇଂ ଘଡାଇ ଏହି ଅବସରରେ କର୍ମୀ ମାନଙ୍କୁ ଉଦବୋଧନ ଦେଇ ସଙ୍ଗଠିତ ହୋଇ ଅନ୍ୟାୟର ପ୍ରତିରୋଧ କରିବା ସହିତ ସୁକିନ୍ଦା ବିକାଶ ପାଇଁ ଏକତ୍ରିତ ହେବାକୁ ପରାମର୍ଶ ଦେଇଥିଲେ ।
