Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଭିନ୍ନ ଜଣେ ମହିଳା,ଜୀବନ ସଂଗ୍ରାମରେ ବିଜୟିନୀ ଯାଜପୁରର ସୁକୁମାରୀ

ଭିନ୍ନ ଜଣେ ମହିଳା,ଜୀବନ ସଂଗ୍ରାମରେ ବିଜୟିନୀ ଯାଜପୁରର ସୁକୁମାରୀ

ଓଡ଼ିଶା ଲିଡ୍ସ(ଯାଜପୁର): ଜୀବନ କାହା ପାଇଁ ଖୁବ ସରଳ ତ ଆଉ କାହା ପାଇଁ ଖୁବ ଅଙ୍କାବଙ୍କା ଆଉ କଠିନ । ପ୍ରାଚୁର୍ଯ୍ୟ ଭରା ଜୀବନ ବଞ୍ଚୁଥିବା ଲୋକଟିଏ ସଫଳ ହେବା ଓ ନିଜକୁ ପ୍ରତିଷ୍ଠିତ କରିବା ଖୁବ ସହଜ । ସବୁ ସୁବିଧା ସୁଯୋଗ ଥାଇ ସଫଳ ହେଉଥିବା ମଣିଷଙ୍କ ଉଦାହରଣ ଅନେକ ଅଛି । ହେଲେ ଜୀବନରେ ଆସୁଥିବା କଠିନ ସମୟ ଓ ଅଙ୍କାବଙ୍କା ରାସ୍ତାକୁ ଧର୍ଯ୍ୟର ସହିତ ଅତିକ୍ରମ କରି ସଫଳ ହେବା ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିବାର ନଜିର ବହୁତ କମ ଦେଖିବାକୁ ମିଳେ । ଜୀବନର ଅତି କଠିନ ପରିସ୍ଥିତିରୁ ନିଜକୁ ମୁକୁଳାଇ ନେଇ ସଫଳ ହେବା ସହିତ ନିଜେ ଲୁହ ପିଇ ପରିବାର ମୁହଁରେ ହସ ଫୁଟାଇବା ଯେ କେତେ କଷ୍ଟ ତାକୁ ଯିଏ ଅଙ୍ଗେ ଲିଭାଇଛି ସେ ଜାଣିଛି । ସେଇ ଭଳି ଜଣେ ସଫଳ ମହିଳା ହେଲେ ଯାଜପୁର ସହର ବଡ଼ ବଜାରର ପରିଚିତ ଫୁଲ ବ୍ୟବସାୟୀ ସୁକୁମାରୀ ରଣା ।

ଜୀବନର ଝଡ଼ ଝଞ୍ଜାକୁ ଧର୍ଯ୍ୟର ସହିତ ଅତିକ୍ରମ କରି ସେ ଆଜି ଜଣେ ସଫଳ ଗୃହିଣୀ, ଜଣେ ସଫଳ ମା’ ହେବା ସହିତ ଜଣେ ସଫଳ ବ୍ୟବସାୟୀ ହୋଇ ପାରିଛନ୍ତି । ଏଭଳି ଜଣେ ମହିଳା ଆଜି ସମୟରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଆଜକୁ ପ୍ରାୟ ୩୨ ବର୍ଷ ହେଲା ସେ ନିଜ ଘର ସମ୍ମୁଖରେ ଫୁଲ ବ୍ୟବସାୟ କରୁଛନ୍ତି ସେ । ବିଭିନ୍ନ ପ୍ରକାରର ଫୁଲ ତାଙ୍କ ନିକଟରେ ମହଜୁଦ ଥାଏ, ଆଉ ତାରି ଭିତରେ ବସି ବ୍ୟବସାୟ କରନ୍ତି କର୍ମଚଞ୍ଚଳ ସୁକୁମାରୀ । ଦିନ ଯାକର ଖଟଣି ସାରି ରାତିରେ ବିଶ୍ରାମ ନେଇ ବଡି ସକାଳୁ ଉଠି ନିଜ ଘର କାମ ସାରି ସେ ଖୋଲନ୍ତି ତାଙ୍କ ଫୁଲ ଦୋକାନ । ଖରାବେଳେ କିଛି ସମୟ ଟିକେ ଫୁରୁସତ ମେଳେ, ପ୍ରାୟ ରାତି ୧୧ ଟା ପର୍ଯ୍ୟନ୍ତ ଫୁଲ ଗୁନ୍ଥିବା ବିକ୍ରି କରିବା ଧରାବନ୍ଧା କାମ ତାଙ୍କର । ସହରର ଚନ୍ଦ୍ରମଣି ରଣାଙ୍କୁ ବିବାହ କରିଥିଲେ ସୁକୁମାରୀ । ଆଖିରେ ମେଞ୍ଚାଏ ସ୍ୱପ୍ନ ନେଇ ସେ ବୋହୁ ସାଜି କେନ୍ଦୁଝରରୁ ଯାଜପୁରର ଚନ୍ଦ୍ରମଣୀଙ୍କ ପରିବାରକୁ ଆସିଥିଲେ । ବିବାହର ମାତ୍ର ତିନିବର୍ଷ ପରେ ଚମ୍ପା ଫୁଲ ତୋଳୁଥିଲା ବେଳେ ଚନ୍ଦ୍ରମଣୀ ଗଛରୁ ପଡି ଗୁରୁତର ଆହତ ହେଲେ । ଚଡକ ପଡିଲା ସୁକୁମାରୀଙ୍କ ମୁଣ୍ଡରେ । ଧାର ଉଦ୍ଧାର କରି ସ୍ୱାମୀଙ୍କୁ ସୁସ୍ଥ କଲେ ସୁକୁମାରୀ । ସୁସ୍ଥ ସିନା ହେଲେ କିନ୍ତୁ ଭଲରେ କିଛି କାମ କରି ପାରିଲେ ନାହିଁ ଚନ୍ଦ୍ରମଣି । ସେତେ ବେଳକୁ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ହୋଇଥିଲେ ମଧ୍ୟ ସେ ଥିଲା ଜଣେ ଭିନ୍ନକ୍ଷମ ଝିଅ । କଠିନ ସମୟରେ ଜୀବନ ସଂଗ୍ରାମ ଆରମ୍ଭ କରିଥିଲେ ସୁକୁମାରୀ । ନ ହାରିବାର ପଣ କରି ସ୍ୱାମୀଙ୍କ ଫୁଲ ଦୋକାନର ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ଫୁଲ ବ୍ୟବସାୟ କରିଥିଲେ । କଠିନ ପରିଶ୍ରମ ଭିତରେ ନିଜ ପରିବାରକୁ ବଞ୍ଚାଇ ପରିବାର ମୁହଁରେ ହସ ଫୁଟାଇବାକୁ ପଣ କରିଥିବା ଲୋକଟି ହାରିଯାଆନ୍ତା ବା କିଭଳି । ନିଜ ଭଙ୍ଗା ଦଦରା କୁଡ଼ିଆ ଘର ସମ୍ମୁଖରେ ଥିବା ଫୁଲ ଦୋକାନ ଥିଲା ତାଙ୍କ ପାଇଁ ଆଶା, ଭରସା ଓ ବିଶ୍ୱାସର ମନ୍ଦିର ।

ସକାଳରୁ ଡେରି ରାତି ପର୍ଯ୍ୟନ୍ତ ଫୁଲ ବ୍ୟବସାୟ ସାଙ୍ଗକୁ ପରିବାରର ବୋଝ । ସବୁକୁ ହସି ହସି ସମ୍ମୁଖୀନ ହୋଇ ବ୍ୟବସାୟ ବଢ଼ାଇ ଥିଲେ । ସମୟ କ୍ରମେ ତାଙ୍କର ଆଉ ଦୁଇଟି ଝିଅ ଓ ଗୋଟିଏ ପୁଅ ଜନ୍ମ ହୋଇଛନ୍ତି । ଆଜି ଦୁଇଝିଅ ବେଶ ଭଲ ଜାଗାରେ ବିବାହ କରିଛନ୍ତି । ପୁଅ ସ୍ନାତକ ଶିକ୍ଷା ଶେଷ କରିଛି । ନୁଆଁଣିଆ ଚାଳଘର ଆଜି ପରିବର୍ତ୍ତନ ହୋଇଛି । ହେଲେ ଆଜିବି ସକାଳୁ ଡେରି ରାତି ପର୍ଯ୍ୟନ୍ତ ପୁଲ ଗୁନ୍ଥିବାରେ ଅବହେଳା କରି ନାହାନ୍ତି ସୁକୁମାରୀ । ତାଙ୍କ ହାତ ଗୁନ୍ଥା ଫୁଲର ମାଳ ଦେବା ଦେବୀଙ୍କ ଗଳାରେ ଶୋଭା ପାଉଛି । ତାଙ୍କୁ ତାଙ୍କ ବିଷୟରେ ପଚାରିଲା ବେଳେ କୁହନ୍ତି ଭଗବାନ ମୋର ପରୀକ୍ଷା ନେଇଛନ୍ତି ତା ସହିତ ମୋତେ ସଫଳ ବି କରିଛନ୍ତି । ସବୁ ତାଙ୍କ ଦୟା, ତାଙ୍କ କରୁଣା । ତାଙ୍କ ଦୟାରୁ ହାରି ନାହିଁ । ଦିନ ଥିଲା କିଛି ଲୋକଙ୍କୁ ସହାୟତା ମାଗିଥିଲି ହେଲେ ମିଳିଲାନାହିଁ । ହେଲେ ଏବେ ଆଉ କାହାକୁ ସହାୟତା ମାଗୁନାହିଁ । ଭଗବାନ ମୋ କଠିନ ପରିଶ୍ରମର ଫଳ ମୋତେ ଦେଇଛନ୍ତି । ଖୁବ ଖୁସିରେ ଅଛି । ରାଜ୍ୟ ବାହାରୁ, ସ୍ଥାନୀୟ ଅଞ୍ଚଳରୁ ଫୁଲ ଆଣୁଛି, ବ୍ୟବସାୟ କରୁଛି । ମୋ ରୋଜଗାର ମୋତେ ବେଶ ଆତ୍ମତୃପ୍ତି ଦେଉଛି । ହସଖୁସିରେ ରହୁଛି ବୋଲି କାମ ପରେ କେତେବେଳେ ନିଦ ହୋଇଯାଉଛି ଜାଣି ପାରୁନାହିଁ । ସବୁ ବେଳେ ଫୁଲ ଗୁନ୍ଥିଲା ବେଳେ ଭଗବାନଙ୍କୁ ସ୍ମରଣ କରେ । ସେ ଆଜି ମୋ ଡାକ ଶୁଣିଛନ୍ତି । ହାତ ଗୋଡ଼ ଚାଲୁଥିଲା ପର୍ଯ୍ୟନ୍ତ ଫୁଲ ଗୁନ୍ଥିବି । ଯାହା ପ୍ରଭୁଙ୍କ ସେବାରେ ଲାଗିବ ।

Leave a comment

Your email address will not be published. Required fields are marked *