ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆଜି +2 କଳା, ବିଜ୍ଞାନ ଓ ବାଣିଜ୍ୟର ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ସଫଳ ହୋଇଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୁଭେଚ୍ଛା ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ରାଜ୍ୟର ଭବିଷ୍ୟତ ମାନେ ସଫଳ ହୋଇଥିବାରୁ ସେମାନଙ୍କୁ ଶୁଭେଚ୍ଛା । ଆଗକୁ ସେମାନେ ବିଭିନ୍ନ ବିଭାଗରେ ଅଧ୍ୟୟନ କରି ରାଜ୍ୟର ଜଣେ ଜଣେ ସୁ-ନାଗରିକ ହୋଇ ରାଜ୍ୟ ତଥା ନିଜ ପିତାମାତାଙ୍କ ସମ୍ମାନ ବଢ଼ାଇବାର ନିରନ୍ତର ଉଦ୍ୟମ କରିବା ଜରୁରୀ । ଏହା ସହିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପାରି ନଥିବା ଛାତ୍ରଛାତ୍ରୀ ମାନଙ୍କୁ ନିରାଶ ନ ହୋଇ କଠିନ ପରିଶ୍ରମ କରି ସଫଳ ହେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ଇଂ ଘଡାଇ ।
