ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ବ୍ଲକ ସୁଜନପୁର ଗ୍ରାମ ପଞ୍ଚାୟତର କାନନ ମେମୋରିଆଲ କ୍ଳବର ସମ୍ପାଦକ ଅନ୍ନଦା ପ୍ରସନ୍ନ ମହାନ୍ତିଙ୍କ ଅକାଳ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା । ତାଙ୍କ ଦେହାନ୍ତରେ ସୁଜନପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ଗ୍ରାମ୍ୟ ସ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଜଣେ ଅତ୍ୟନ୍ତ ମେଳାପି ବ୍ୟକ୍ତି ଭାବେ ତାଙ୍କର ସମସ୍ତଙ୍କ ସହିତ ବେଶ ସୁସମ୍ପର୍କ ଥିଲା ।
