ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ବଢିବା କାରଣରୁ ଭାରତ ପାକିସ୍ତାନକୁ ପାଣି ବନ୍ଦ କରିଥିଲା । ଏବେ ପାକିସ୍ତାନକୁ ପାଣି ବନ୍ଦ କରିବ ଆଫ୍ଗାନିସ୍ତାନ। ଆଫଗାନ ସୂଚନା ମନ୍ତ୍ରାଳୟ ପକ୍ଷରୁ ଏଭଳି କୁହାଯାଇଛି। ଯାହା ପାକିସ୍ତାନ ଚିନ୍ତାକୁ ବଢ଼ାଇ ଦେଇଛି । ଦୁଇ ପଡୋଶୀ ରାଷ୍ଟ୍ର ସହିତ ବିବାଦ ପାକିସ୍ତାନର ଜନସାଧାରଣଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ତାଲିବାନ ଶାସିତ ଆଫଗାନିସ୍ତାନ ଡ୍ୟାମ ନିର୍ମାଣ କରି ପାକିସ୍ତାନକୁ ପାଣି ସୀମିତ କରିବାକୁ ଯୋଜନା କରୁଛି।
କୁନାର ନଦୀରେ ଯେତେ ଶୀଘ୍ର ସମ୍ଭବ ଏକ ଡ୍ୟାମ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଲିବାନ ସର୍ବୋଚ୍ଚ ନେତା ମୱଲାୱି ହିବାତୁଲ୍ଲା ଆଖୁନ୍ଦଜାଦା।
ପହଲଗ୍ରାମ ଆକ୍ରମଣ ପରେ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଭାରତ
ଏପ୍ରିଲ ୨୨ ତାଟିଖ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଥିଲା। ସିନ୍ଧୁ ଜଳ ଛାଡ଼ିବା ପ୍ରକ୍ରିୟାକୁ ଭାରତ ସଂପୂର୍ଣ୍ଣ ନିୟନ୍ତ୍ରଣ କରୁଥିବାରୁ ଏ ନେଇ ପାକିସ୍ତାନ ଚିନ୍ତା ପ୍ରକଟ କରିଥିଲା। ଭାରତର ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ପାକିସ୍ତାନ ଅନୁରୋଧ କରିଥିଲା ।ଏଥିପାଇଁ ଭାରତକୁ ୪ଟି ଚିଠି ମଧ୍ୟ ଲେଖିଥିଲା ପାକିସ୍ତାନ ସରକାର । ଭାରତର ରାସ୍ତା ଧରି ଏବେ ଆଫ୍ଗାନିସ୍ତାନ, ପାକିସ୍ତାନଙ୍କୁ ପାଣି ବନ୍ଦ କରିବା ପାଇଁ ଡ୍ୟାମ ନିର୍ମାଣ କରିବା ଉପରେ ଗୁରୁତ୍ୱ ଦେଉଛି।




















