ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲା କୃଷି ଭବନ ବୋର୍ଡକୁ ଦେଖିଲେ ପରିସରର ଅବସ୍ଥା କିଭଳି ଥିବ ତାହା ସ୍ପଷ୍ଟ ଅନୁମେୟ ହେଉଛି । ମାନସା ପୋଲ ନିକଟରେ ରହିଛି ଜିଲ୍ଲା କୃଷି କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟ ସମ୍ମୁଖରେ ଥିବା ବୋର୍ଡ ଚାରି ପଟେ ଲଟା ମାଡି ଯାଇଥିଲା ବେଳେ ନିକଟରେ ଥିବା ଏକ ଟାୱାର ଉପରେ ମଧ୍ୟ ଲଟା ମାଡି ଯାଇଛି ।ବେଶ କିଛି ଦିନ ହେଲା ଏହି ଲଟା ମାଡିଥିଲା ବେଳେ ଏହାକୁ ସଫା କରିବାକୁ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଉ ନଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ କାର୍ଯ୍ୟାଳୟ ପରିସରରେ ମଧ୍ୟ ଅନାଵନା ଗଛ ଉଠି ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି । ଏହାକୁ ତୁରନ୍ତ ସଫା କରିବାକୁ ବୁଦ୍ଧିଜୀବି ଦାବି କରିଛନ୍ତି ।




















