ଓଡ଼ିଶା ଲିଡ୍ସ(ଯାଜପୁର):ଆଜି ପବିତ୍ର ଶ୍ରାବଣ ମାସର ସୋମବାର । ଆଜି ଜାରକା ସ୍ଥିତ ଗୋକର୍ଣ୍ଣେଶ୍ୱର ମନ୍ଦିରରେ ଜଳାଭିଷେକ କରିବାକୁ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କାଉଡ଼ିଆ ମାନେ ପୀଠକୁ ଆସି ଡେରି ରାତିରୁ ଲମ୍ବା ଧାଡିରେ ଛିଡା ହୋଇଥିଲେ । ମନ୍ଦିର ପହଡ଼ ଖୋଲିବା ପରେ କାଉଡ଼ିଆ ମାନେ ଜଳାଭିଷେକ କରିଥିଲେ । ହର ହର ମହାଦେବ, ଓଁ ନମଃ ଶିବାୟ ଧ୍ୱନୀରେ ମନ୍ଦିର ପରିବେଶ ପ୍ରକମ୍ପିତ ହୋଇଥିଲା । ମନ୍ଦିରରେ ବେଶ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।
