orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ଜିଲ୍ଲା ପ୍ରେସ୍ କ୍ଳବର ପ୍ରଥମ ବାର୍ଷିକ ଉତ୍ସବ: ସଂଘର୍ଷ ରୁ ସଫଳତା ଶୀର୍ଷକ ଆଲୋଚନା ଅନୁଷ୍ଠିତ

ଯାଜପୁର ଜିଲ୍ଲା ପ୍ରେସ୍ କ୍ଳବର ପ୍ରଥମ ବାର୍ଷିକ ଉତ୍ସବ: ସଂଘର୍ଷ ରୁ ସଫଳତା ଶୀର୍ଷକ ଆଲୋଚନା ଅନୁଷ୍ଠିତ

ଓଡ଼ିଶା ଲିଡ୍ସ(ଯାଜପୁର): ନବଗଠିତ ଯାଜପୁର ଜିଲ୍ଲା ପ୍ରେସ କ୍ଳବର ପ୍ରଥମ ବାର୍ଷିକ ଉତ୍ସଵ ୧୪ ତାରିଖ ଦିନ ଯାଜପୁର ସହର ସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପୂର୍ବରୁ ପ୍ରତ୍ୟୁଷରୁ ମା ବିରଜାଙ୍କ ନିକଟରେ ପୂଜା ଅର୍ଘ୍ୟ ଅର୍ପଣ କରାଯାଇଥିଲା । ସହରର ଗାନ୍ଧୀ ଛକରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲା ପ୍ରେସ କ୍ମବର ସଦସ୍ୟ ମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଭପତି ଅଜୟ କୁମାର ରାଉଳଙ୍କ ସଭାପତିତ୍ବରେ ଏକ ସଭାର ଆୟୋଜନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ଡ଼. ରବୀନ୍ଦ୍ର ନାରାୟଣ ବେହେରା, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର ସମ୍ମାନୀତ ଅତିଥି ଭାବେ ଯାଜପୁର ଜିଲ୍ଲାପାଳ ଅମ୍ବର କୁମାର କର ଓ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ଗୌତମ ରାୟ ପ୍ରମୁଖ ଯୋଗଦେଇଥିଲେ ।ସଭା ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଜଗତର ନାଥ ଜଗନ୍ନାଥ ଓ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା । ଜାତୀୟ ସଙ୍ଗୀତ ଗାନ କରିବା ପରେ ଡି.ଏ.ବି ଡ୍ୟାନ୍ସ ସ୍କୁଲର ଛାତ୍ର ଛାତ୍ରୀଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯାଇଥିଲା । ସଭାପତି ଶ୍ରୀ ରାଉଳ ବାର୍ଷିକ ଉତ୍ସବ ସମ୍ପର୍କରେ ସୂଚନା ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରେସ୍ କ୍ଲବ୍ ର ସମ୍ପାଦକ ତରୁଣ କୁମାର ନନ୍ଦ ବାର୍ଷିକ ବିବରଣୀ ପାଠ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ “ସଂଘର୍ଷରୁ ସଫଳତା” ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋକପାତ କରିବାକୁ ଅତିଥିମାନଙ୍କୁ ଅନୁରୋଧ କରିଥିଲେ । ମୁଖ୍ୟ ଅତିଥି ସାଂସଦ ଶ୍ରୀ ବେହେରା ସଭାକୁ ସମ୍ବୋଧିତ କରି ପ୍ରତ୍ୟେକ ବ୍ୟକ୍ତି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ସଂଘର୍ଷ ଜାରି ରଖିବାକୁ ପରାମର୍ଶ ଦେଇ ପୁରାଣ ଶାସ୍ତ୍ରର ଉଦାହରଣ ଦେଇଥିଲେ । ଯାଜପୁର ଜିଲ୍ଲାର ଐତିହ୍ୟକୁ ବଜାୟ ରଖିବା ସହ ଦେଶ ବିଦେଶରେ ଯାଜପୁରର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାପାଇଁ ଶାସକ, ପ୍ରଶାସକ ଓ ସାମ୍ବାଦିକ ମାନଙ୍କର ଏକ ସ୍ବତନ୍ତ୍ର ଭୂମିକା ରହିଛି ବୋଲି କହିଥିଲେ । ମୁଖ୍ୟ ବକ୍ତା ପଣ୍ଡିତ ଭୂପତି ଭୂଷଣ ମିଶ୍ର ଯାଜପୁରର ଐତିହ୍ୟକୁ ମନେ ପକାଇ ପ୍ରଭୁ ଜଗନ୍ନାଥଙ୍କ ପ୍ରଥମ ନବକଳେବର, ରାଜା ଯଯାତି କେଶରୀଙ୍କ ଅବଦାନ ମା ବିରଜାଙ୍କ ଜନ୍ମ, ବୌଦ୍ଧ କୀର୍ତ୍ତିରାଜି, ପ୍ରାକୃତିକ ସମ୍ପଦ ଭରା ଯାଜପୁରର ଉନ୍ନତି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ବରେଣ୍ୟ ଅତିଥି ଜିଲ୍ଲାପାଳ ଅମ୍ବର କୁମାର କର ସମାଜର ଉନ୍ନତି କ୍ଷେତ୍ରରେ ସାମ୍ବାଦିକ ମାନଙ୍କର ମୁଖ୍ୟ ଭୂମିକା ରହିଛି ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ତଥା ପ୍ରାକ୍ତନ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ନିଜ ବକ୍ତବ୍ୟରେ ସମାଜରେ ଘଟୁଥିବା ଘଟଣା ଓ ଅସହାୟ,ନିଷ୍ପେସିତ ବ୍ୟକ୍ତିବିଶେଷଙ୍କ ମୌଳିକ ସମସ୍ୟାକୁ ସରକାର ଓ ପ୍ରଶାସନଙ୍କ ନଜରକୁ ଆଣିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ଦିଗରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି ଉତ୍ସବରେ ଯାଜପୁରରେ ଜନ୍ମଗ୍ରହଣ କରି ସାମ୍ବାଦିକତା କ୍ଷେତ୍ରରେ ଦକ୍ଷତା ପ୍ରତିପାଦିତ କରି ରାଜ୍ୟ ତଥା ରାଜ୍ୟ ବାହାରେ ସୁନାମ ଅର୍ଜନ କରିଥିବା ପ୍ରତିଭା ତଥା ଓଡ଼ିଶା ରିପୋର୍ଟରର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି, ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାଦିକ ଯଯାତି କେଶରୀ ମହାନ୍ତି ଓ ବରିଷ୍ଠ ସାମ୍ବାଦିକ ଅଜୟ କୁମାର ଦାସ ଓ ବରିଷ୍ଠ ଆଇନଜୀବି ପାର୍ଥ ରାୟଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଓ ସ୍ମାରକୀ ପ୍ରଦାନ କରାଯାଇଥିଲା। ଉଦ୍ଘୋଷିକା ଭାବେ ପ୍ରେସ୍ କ୍ଳବର ସଦସ୍ୟା ମନିଷା ରାଉତ, ମଞ୍ଚ ପରିଚାଳକ ଭାବେ ସନ୍ତୋଷ ମିଶ୍ର, ଅଜୟ ମିଶ୍ର, ସଞ୍ଜୟ କର ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ କାର୍ଯ୍ୟକାରୀ ସଭାପତି ଆଦିତ୍ୟ ମେକାପ, କୋଷାଧ୍ୟକ୍ଷ ବିରଜା ପ୍ରସାଦ ପାଣି, ବରିଷ୍ଠ ସଦସ୍ୟ ଦିଲ୍ଲୀପ ଦାଶ, ବିଭୂତି ଭୂଷଣ ଖଣ୍ଡାଇଙ୍କ ସମେତ ପ୍ରେସ୍ କ୍ଳବର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହଯୋଗ କରିଥିଲେ । ଏହି ଉତ୍ସବରେ ଜିଲ୍ଲାର ବହୁ ସାମ୍ବାଦିକ, ଯାଜପୁର ସହରର ବରିଷ୍ଠ ନାଗରିକ, ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ, ଆଇନଜୀବି, ଡାକ୍ତର ତଥା ଜନସାଧାରଣ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଉପସଭାପତି ଦେବେନ୍ଦ୍ର କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *