ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ ହୋଇଥିଲା ବେଳେ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତରେ ଦୁଇଜଣ ନାବଳକଙ୍କ ମୃତ୍ୟୁ ହୋଇଛି । ଆଦିବାସୀ ଅଧ୍ୟୁଷିତ ବୁରୁସାହିରେ ଏହି ଅଘଟଣ ଘଟିଛି । ଆଜି ଅପରାହ୍ନରେ ବଜ୍ରାଘାତରେ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ, ଶୁକ୍ରବାର ଦିନ ସଂଧ୍ୟା ପ୍ରାୟ ୫ଘଟିକା ସମୟରେ ବୁରୁସାହି ଗ୍ରାମର ଦୁଇ ନାବାଳକ ପାଣ୍ଡେ ଚେତାରଙ୍କ ପୁଅ ଟୁକୁଲି ଚେତାର(୧୨) ଓ ଅର୍ଜୁନ ହେମ୍ବ୍ରମଙ୍କ ପୁଅ ତାରା ହେମ୍ବ୍ରମ(୧୩) ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ତାଙ୍କ ଉପରେ ବଜ୍ରପାତ ହୋଇଥିଲା ଏବଂ ଉଭୟ ଗୁରୁତର ହୋଇଥିଲେ । ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ଗ୍ରାମବାସୀ ଏକ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ସମସ୍ତ ପ୍ରକାର ସରକାରୀ ସାହାଯ୍ୟ ପ୍ରଦାନ କରାଯିବ ବୋଲି ବିଧାୟକ ଶ୍ରୀ ସାହୁ ପ୍ରତିଶ୍ରୁତି ଦେଇଛନ୍ତି ।
