ଓଡ଼ିଶା ଲିଡ୍ସ(ଯାଜପୁର): ଆଜି ଯାଜପୁରରେ ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସ ସହିତ ପାଳିତ ହୋଇ ଯାଇଛି । ସମସ୍ତେ ନିଜ ନିଜ ଭିତରେ ରଙ୍ଗ ବୋଳି ହୋଇ ଏହି ପର୍ବର ଆନନ୍ଦ ଉଠାଇଥିଲେ । ବଡ଼ି ସକାଳୁ ରଙ୍ଗ ଖେଳ ଆରମ୍ଭ ହୋଇ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିଥିଲା । ବରିଷ୍ଠଙ୍କ ଠାରୁ ନେଇ ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଉତ୍ସାହ ସହିତ ରଙ୍ଗ ଖେଳିଥିଲେ । ଆଜି ସହରରେ ଦୋକାନ ବଜାର ବନ୍ଦ ଥିଲା ବେଳେ ଛକ ବଜାରରେ ରଙ୍ଗ ଖେଳୁଥିବା ଯୁବକ ଯୁବତୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଶାନ୍ତି ଶୃଂଖଳା ରକ୍ଷା ପାଇଁ ବିଭିନ୍ନ ଛକ ସ୍ଥାନରେ ପୋଲିସ ମୁତୟନ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ରଙ୍ଗର ପର୍ବ ହୋଲି ଶେଷ ହୋଇଥିଲା ବେଳେ ଆସନ୍ତା କାଲି ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନରେ ହୋଲି ପାଳିତ ହେବ ।
