orissaleads

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌

୧୯୮୭ରେ ରୁଷିଆର ଗୁପ୍ତଚର ଥିଲେ ଟ୍ରମ୍ପ୍‌

Blog Post

orissaleads > ଜିଲ୍ଲା > ଯାଜପୁର > ସଭାପତିଙ୍କ ସମ୍ମାନ ଓ ମାଟିର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୁଅନ୍ତୁ-ସଂଗୀତା ପିଙ୍ଗୁଆ

ସଭାପତିଙ୍କ ସମ୍ମାନ ଓ ମାଟିର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୁଅନ୍ତୁ-ସଂଗୀତା ପିଙ୍ଗୁଆ

ଓଡ଼ିଶା ଲିଡ୍ସ(ଯାଜପୁର): ମହିଳା ମାନେ କିଭଳି ବିକାଶ ଧାରାରେ ସାମିଲ ହୋଇ ବିକାଶର ନେତୃତ୍ୱ ନେବେ ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । ନିଜ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସାରା ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିଥିଲେ ନବୀନ ପଟ୍ଟନାୟକ । ବିଶେଷ କରି ଆଦିବାସୀ ମହିଳାଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିଲେ । ଯାଜପୁର ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୌର ପରିଷଦ ବ୍ୟାସନଗରରେ ମୋ ଭଳି ଜଣେ ଆଦିବାସୀ ମହିଳାଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚିତ କରିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ନିର୍ବାଚିତ ହେଲା ପରେ ସହରର ବିକାଶକୁ ପ୍ରାଥମିକତା ଦେଇ ସହରବାସୀଙ୍କ ଉନ୍ନତି ପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଥିଲି । ହେଲେ ବିଡ଼ମ୍ବନାର ବିଷୟ ଜିଲ୍ଲା ପ୍ରଶାସନ ଏଥିରେ ବାଧା ସୃଷ୍ଟି କରିଥିଲା । କୌଣସି ବିକାଶ ମୂଳକ କାର୍ଯ୍ୟ ଆରମ୍ଭ କଲେ ବିଭିନ୍ନ ଆଳ ଦେଖାଇ ତାକୁ ପ୍ରଶାସନ ବନ୍ଦ କରୁଥିଲା । ଏହା ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଥିବା ମୁଁ ଅନୁଭବ କରିଛି । ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଦ୍ୱାରା ଜନ ସାଧାରଣ ଅସନ୍ତୁଷ୍ଟ ହୋଇଥିଲେ । ଏହା ହେବା ମଧ୍ୟ ସ୍ୱାଭାବିକ । ହେଲେ ଏହାକୁ ଆଳକରି ପ୍ରକୃତ କଥା ନବୁଝି କାଉନସିଲର ଭାଇ ଓ ଭଉଣୀ ମାନେ ମୋ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।ଯାହା ଦଳ ସଭାପତିଙ୍କ ପ୍ରତି ମଧ୍ୟ ଅସମ୍ମାନ । ସହରର ବିକାଶ ପାଇଁ ପୁଣି ସମସ୍ତେ ଏକ ହୋଇ କାମ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ ବୋଲି କହିଛନ୍ତି ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ । ଶ୍ରୀମତୀ ପିଙ୍ଗୁଆଙ୍କ ଏହି ବିବୃତି ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି । ଆଉ ତାହା ହେଲା ଶାସକ ବିଜୁ ଜନତା ଦଳର ଅଧ୍ୟକ୍ଷା ଥାଇ ପ୍ରଶାସନ ତାଙ୍କୁ ବିରୋଧ କରିବା ଓ କାମ କରାଇ ନ ଦେବା । କେବଳ ଅଧ୍ୟକ୍ଷା ନୁହଁନ୍ତି କୋରେଇ ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ବ୍ୟାସନଗର ପୌର ପରିଷଦ । ଆଉ ସେତେବେଳେ ବିଧାୟକ ଥିଲେ ବିଜେଡିର ଅଶୋକ ବଳ । ହେଲେ ଜିଲ୍ଲା ପ୍ରଶାସନ କାହା ଇଙ୍ଗିତରେ ବିକାଶକୁ ରୋକ ଲଗାଉଥିଲା । କିଏ ସେଇ ପ୍ରଭାବଶାଳୀ ଅଦୃଶ୍ୟ ଶକ୍ତି ଯିଏ ବ୍ୟାସନଗର ବିକାଶରେ ଅନ୍ତରାୟ ହୋଇଥିଲେ । ଏବେ ପୁଣି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ବେଳେ ଏହା ପଛରେ ସେଇ ଅଦୃଶ୍ୟ ଶକ୍ତିର ହାତ ନାହିଁତ । ଏଇ ଭଳି ବିଭିନ୍ନ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । କ୍ଷମତାରୁ ଦଳ ଯାଇଛି, କୋରେଇ ଆସନ ବିଜେଡି ହାତରୁ ଖସି ଯାଇଛି । ଏଭଳି ସମୟରେ ବିଜେଡି ନିଜ ସହିତ ଲଢେଇ କରୁଛି । ଯାହା ଫଳରେ ବ୍ୟାସନଗର ବିକାଶ ବେଶ ବାଧାପ୍ରାପ୍ତ ହୋଇଛି । ବିଜେଡିର ଏହି ଗୃହ ବିବାଦ ଦଳକୁ ଅଧିକ ନିନ୍ଦିତ କରୁଛି । ଆଗାମି ଦିନରେ ଦଳକୁ କିନ୍ତୁ ଏହାର ମୂଲ୍ୟ ଦେବାକୁ ପଡିବ । ଆସନ୍ତା ଦୁଇ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବା ନେଇ ସ୍ଥିର ହୋଇଛି । ଯାହାକୁ ନେଇ କୋରେଇ ରାଜନୀତି ବେଶ ଉଷ୍ଣ ହୋଇ ପଡିଛି । ଆଗକୁ କାଉନସିଲର ମାନେ ନିଜ ନିଷ୍ପତ୍ତିରେ ଅଟଳ ରହିବେ ନା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଭିନ୍ନ ନିଷ୍ପତି ନେବେ ତାହା ଆଲୋଚ୍ୟର ବିଷୟ ହୋଇଛି । ହେଲେ ଅନ୍ୟଏକ ଭିନ୍ନ ଚର୍ଚ୍ଚା ଏବେ ବ୍ୟାସନଗର ପୋୖରାଞ୍ଚଳରେ ଘୁରି ବୁଲୁଛି । ଆଉ ତାହା ହେଉଛି ଏବେ ବି କୋରେଇ ରାଜନୀତିରେ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଏହା ଉପରେ କି ନିଷ୍ପତ୍ତି ନେଉଛନ୍ତି । କାରଣ ପୌର ପରିଷଦରେ ବିଜେଡିର ବିପୁଳ ବିଜୟ ପଛରେ ତାଙ୍କର ବଡ଼ ଭୂମିକା ରହିଥିଲା । ହେଲେ ଗତ ନିର୍ବାଚନରେ ସେ ନିଜ ନିର୍ବାଚନ ମଣ୍ଡଳୀ ସୁକିନ୍ଦାରେ ପରାଜିତ ହେଲା ପରେ ଏବେ ସୁକିନ୍ଦାରେ ସଂଗଠନ ସଜାଡ଼ିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଉ ଏବେ ସୁକିନ୍ଦା ଅଶାନ୍ତ ହୋଇଥିବାରୁ ସେ ସର୍ବାଧିକ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ଦେଉଛନ୍ତି ।

Leave a comment

Your email address will not be published. Required fields are marked *