ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ୭ ମାସ ମଧ୍ୟରେ ଆମେରିକା ୧୭ ଶହରୁ ଉର୍ଦ୍ଧ୍ଵ ଭାରତୀୟ ନାଗରିକଙ୍କୁ ତା ଦେଶରୁ ବିଦା କରିଛି । ଏ ମାନଙ୍କ ମଧ୍ୟରେ ୧୪୧ ଜଣ ମହିଳା ବି ସାମିଲ ଅଛନ୍ତି । ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି ବିଦେଶ ରାଷ୍ଟ୍ର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ । ସିଂ କହିଛନ୍ତି ୨୦୨୦ରୁ ୨୦୨୪ ମଧ୍ୟରେ ୫ ହଜାର ୫ଶହ ୪୧ ଭାରତୀୟଙ୍କୁ ଆମେରିକାରୁ ବିଦା କରାଯାଇଥିଲା ।
ଚଳିତ ବର୍ଷ ୨୨ ଜୁଲାଇ ପର୍ଯ୍ୟନ୍ତ ଆମରିକାରୁ ବାହାର କରାଯାଇଥିବା ଭାରତୀୟଙ୍କ ସଂଖ୍ୟା ୧୭,୦୩ ଥିବା ସେ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବ୍ରିଟେନ୍ରୁ ଗତ ୫ ବର୍ଷ ମଧ୍ୟରେ ୩୧୧ ଭାରତୀୟଙ୍କୁ ବିଦା କରାଯାଇଥିଲା । ୨୦୨୫ରେ ଏହି ସଂଖ୍ୟା ୧୩୧ରେ ପହଞ୍ଚିଛି । ସରକାରୀ ତଥ୍ୟ ଅନୁସାରେ ୧୭୦୩ ଭାରତୀୟଙ୍କ ମଧ୍ୟରୁ ସବୁଠାରୁ ଅଧିକ ୬୨୦ ଜଣ କେବଳ ପଞ୍ଜାବରୁ ରହିଛନ୍ତି । ଏହା ପରେ ହରିୟାଣାରୁ ୬୦୪ ଜଣ, ଗୁଜୁରାଟରୁ ୨୪୫ ଜଣ ଏବଂ ଜାମ୍ମୁକଶ୍ମୀରରୁ ୧୦ ଜଣଙ୍କୁ ଆମେରିକାରୁ ବାହାର କରାଯାଇଛି । ମନ୍ତ୍ରୀଙ୍କ ସୂଚନା ଅନୁସାରେ ଯେଉଁ ୧୭୦୩ ଜଣ ଭାରତୀୟଙ୍କୁ ଆମେରିକାରୁ ବାହାର କରାଯାଇଛି ସେମାନଙ୍କ ମଧ୍ୟରୁ ୧୫୬୨ ପୁରୁଷ ଓ ୧୪୧ ମହିଳା ଅଛନ୍ତି ।