ଓଡ଼ିଶା ଲିଡ୍ସ(ଯାଜପୁର): ଦୀର୍ଘ ପାଞ୍ଚ ଘଣ୍ଟାର ଅବିଶ୍ରାନ୍ତ ବର୍ଷା ଯାଜପୁର ସହରକୁ ଜଳାର୍ଣ୍ଣବ କରିଦେଇଛି । କିଛି ସ୍ଥାନରେ ଜମି ରହିଥିବା ବର୍ଷା ପାଣି ବନ୍ୟାର ଭ୍ରମ ସୃଷ୍ଟି କରୁଛି । କିଛି ଘରେ ବର୍ଷା ପାଣି ମଧ୍ୟ ପଶି ଯାଇଛି । ବିଭିନ୍ନ ଖାଲୁଆ ସ୍ଥାନରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଦୀର୍ଘ ପାଞ୍ଚ ଘଣ୍ଟାର ଲଗାଣ ବର୍ଷା ପରେ କିଛି ସମୟ ବର୍ଷା ବନ୍ଦ ହୋଇଥିଲା । ହେଲେ ଆକାଶ ପୁଣି ମେଘାଛନ୍ନ ହୋଇ ପବନ ବହିବା ସହିତ ବର୍ଷା ଆରମ୍ଭ ହୋଇଛି । ବର୍ଷା ଫଳରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ପାଣି ପଶିଯାଇଛି । ଗାନ୍ଧୀ ଛକରୁ ଯାଜପୁର ଥାନା ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବ ସହିତ କୋର୍ଟ ସମ୍ମୁଖ ରାସ୍ତାରେ ମଧ୍ୟ ପାଣି ଜମିଛି । କିଛି ସ୍ଥାନରେ ଡ୍ରେନ ଉଛୁଳି ପଡିଛି । ସ୍କୁଲ ଛୁଟି ସମୟରେ ପ୍ରବଳ ବର୍ଷା ହେଉଥିବାରୁ ପିଲାମାନେ ତିନ୍ତି ବୁଡି ନୟାନ୍ତ ହୋଇଛନ୍ତି । ଆଗକୁ ଅଧିକ ବର୍ଷା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ଚିନ୍ତା ବଢି ଯାଇଛି ।
