Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଅପରାଧ > ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ୱକଫ ବିଲକୁ ନେଇ ବିଜେଡି ବସ୍ତୁତଃ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି । ଦଳରେ ଏଭଳି ସ୍ଥିତି ଉପୁଜି ଏବେ ନବୀନ ନିବାସରେ ପାଣ୍ଡିଆନ ହଟାଅ, ବିଜେଡି ବଞ୍ଚାଅ ନାରା ଶୁଭିଛି । ପାଣ୍ଡିଆନଙ୍କ ବିରୁଦ୍ଧରେ ଉଠୁଥିବା ସ୍ୱର ଆଗକୁ ଅଧିକ ଉଗ୍ର ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ଏପରି ସ୍ଥଳେ ଗତକାଲି ସଭାପତି ନବୀନ ପଟ୍ଟନାୟକ ପାଣ୍ଡିଆଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ ନବୀନ ନିବାସରେ ରହି ଦଳକୁ ପରିଚାଳିତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନବୀନ । ଭି.କେ.ପାଣ୍ଡିଆନଙ୍କ ଯୋଗୁ ରାଜ୍ୟ ସଭାରେ ଦଳ ବିଭାଜିତ ହୋଇଛି ବୋଲି ଦଳ ମଧ୍ୟରେ ଚର୍ଚ୍ଚା ହେଉଛି । ବିଲକୁ ସମର୍ଥନ କରିଥିବା ସାଂସଦ ମୁନ୍ନା ଖାଁ ଦଳ ବଳ ନେଇ ନବୀନ ନିବାସରେ ପହଞ୍ଚି ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ । ନବୀନ ବୁଝିବାର ପ୍ରତୁଶୃତି ଦେଇଥିଲେ। ବିଲକୁ ନେଇ ମୁନ୍ନା ଖାଁ ବେଶ ଉତକ୍ଷିପ୍ତ ହୋଇ ପଡ଼ିଥିବା ଦେଖୁବାକୁ ମିଳିଥିଲା । ଦଳରେ ଡୁଆଲ ପଲିସି ଚାଲିବ ନାହିଁ, ଯାହାର ବିଜେପିକୁ ଯିବା କଥା ସେ ପଳାଉ ବୋଲି କହିଥିଲେ ମୁନ୍ନା ଖାଁ । ସାଂସଦ ସସ୍ମିତ ପାତ୍ର ବିବେକ ଅନୁଯାୟୀ ଭୋଟ ଦେବାକୁ ନିଜର ଏକ୍ସ ଏକାଉଣ୍ଟରେ ଟୁଇଟ କରିବା ପଛରେ କିଏ ବୋଲି ଦଳରେ ଘମାସାନ ଆଲୋଚନା ହେବ ସହିତ ଏହା ପଛରେ ପରାମର୍ଶ ଦାତାଙ୍କ ହାତ ଅଛି ବୋଲି କିଛି ନେତା କହୁଥିଲା ବେଳେ ଏହି ନିଷ୍ପତି ନବୀନ ନେଇଥିବା କିଛି ନେତା ଦାବି କରୁଛନ୍ତି । ହେଲେ ସାଂସଦ ଦେବାଶିଷ ସାମନ୍ତରାୟ ସମସ୍ତଙ୍କ ଠାରୁ ପାଦେ ଆଗେଇ ଯାଇ ସିଧାସଳଖ ପଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି । ଯାହାକୁ ନେଇ ଚିହିଁକି ଉଠିଛନ୍ତି ପାଣ୍ଡିଆନ ସପକ୍ଷବାଦୀ ନେତା । କଟକ ମେୟର ସୁବାସ ସିଂ କଡା ଭାଷାରେ ଦେବାଶିଷଙ୍କୁ ଆକ୍ଷେପ କରିଥିଲା ବେଳେ ରାଜ୍ୟ ସଭାର ତିନି ସାଂସଦ ସୁଲତା ଦେଓ, ମାନସ ମଙ୍ଗରାଜ, ସନାତନ ବିଶି ଦେବାଶିଷଙ୍କୁ କଟାକ୍ଷ କରିବାରେ ହେଳା କରି ନାହାନ୍ତି । ଅନ୍ୟତମ ସାଂସଦ ଶୁଭାଶିଷ ଖୁଣ୍ଟିଆ ନିଷ୍ପତି ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ବୋଲି କହି ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି । ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଭି.କେ.ପାଣ୍ଡିଆନଙ୍କ ବିରୁଦ୍ଧରେ କିଏ ପଦେ କହିଲେ ମୁଖର ହୋଇ ଯାଉଥିବା ସାଂସଦ ମାନେ ଦଳର ସଭାପତି ତଥା ନବୀନ ପଟ୍ଟନାୟକଙ୍କ ବିଷୟରେ କିନ୍ତୁ ନିରବ । ଅନ୍ୟ ପକ୍ଷରେ ଟିକିଏ ଟିକିଏ କଥାରେ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବାକ୍ୟ ବାଣରେ ବିରୋଧିଙ୍କୁ ପୋତି ପକାଉଥିବା ଦଳୀୟ ପ୍ରବକ୍ତା ଏବେ ନିରବ । କିଛି ଦିନ ତଳେ ବିଜେଡି ଦଳରୁ ବିଧାୟକ ହୋଇଥିବା ସୌମ୍ୟରଂଜନ ପଟ୍ଟନାୟକ ନବୀନଙ୍କୁ କଟାକ୍ଷ କରିବାକୁ ଯାଇ ତାଙ୍କୁ “ଚୁପ ସୈତାନ” ବୋଲି ଆକ୍ଷେପ କରିଛନ୍ତି । ରାଜ୍ୟ ରାଜନୀତିର ଅନ୍ୟତମ ବରିଷ୍ଠ ରାଜନେତା, ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ଵିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌମ୍ୟ ଚୁପ ସୈତାନ କହିବାକୁ ରାଜ୍ୟବାସୀ ପସନ୍ଦ କରୁ ନଥିଲା ବେଳେ ଦଳର ପ୍ରବକ୍ତା ଓ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ମୁଖର ହୋଇ ପଡୁଥିବା ସାଂସଦ ମାନେ କିନ୍ତୁ ଏ ନେଇ ମୁହଁ ନଖୋଲିବା ରାଜ୍ୟ ବାସୀଙ୍କୁ ଚକିତ କରିଛି । ଏହା ପଛରେ କି କାରଣ ଅଛି ତାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେଲାଣି । ବିଜୁ ଜନତା ଦଳର ସର୍ବ ମାନ୍ୟ ନେତାଙ୍କ ପ୍ରତି ଦଳର ନେତା ଓ ପ୍ରବକ୍ତାଙ୍କ ସମ୍ମାନ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ରାଜ୍ୟବାସୀଙ୍କ ମନରେ ।

Leave a comment

Your email address will not be published. Required fields are marked *