ଯାଜପୁର,୨୬।୨(ଓଏଲ):ପବିତ୍ର ମହା ଶିବରାତ୍ରୀ ତଥା ଜାଗର ଅମାବାସ୍ୟା ପାଇଁ ଆଜି ସାରା ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଆଜିର ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁ ବିଭିନ୍ନ ଶୈବ ପୀଠକୁ ଯାଇ ପୂଜର୍ଚ୍ଚନା କରି ମହାଦେବଙ୍କ ଆଶିର୍ବାଦ କାମନା କରୁଛନ୍ତି । ଏହି ପବିତ୍ର ଦିନରେ ବିକାଶର ପ୍ରୟୋଗଶାଳା ନଗଡ଼ାରେ ଥିବା କମୁଣ୍ଡେଶ୍ୱର ଶିବ ମନ୍ଦିରକୁ ଯାଇ ମହାଦେବଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରି ସୁକିନ୍ଦାବାସୀଙ୍କ ସହିତ ରାଜ୍ୟବାସୀଙ୍କ ଶୁଖ ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ତାଙ୍କ ସମୟରେ ଏହି ମନ୍ଦିରର ଉନ୍ନତି କରଣ କାର୍ଯ୍ୟ ହୋଇଥିଲା । ପ୍ରତିବର୍ଷ ଏହି ଦିନରେ ଇଂ ଘଡାଇ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରି ଆଶିର୍ବାଦ କାମନା କରନ୍ତି । ଆଜି ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ସ୍ବାଗତ କରାଯାଇଥିଲା ।
