ଓଡ଼ିଆ ଲିଡ୍ସ(ବ୍ୟୁରୋ): ଚିକିତ୍ସାଧିନ ଅବସ୍ଥାରେ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେଲା ସ୍ବାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଥିଲେ । ଚେନ୍ନାଇ ଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ଖବର ପ୍ରକାଶ ପରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଦେହାନ୍ତ ଖବର ପାଇ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ନିଜ ଶୋକ ବାର୍ତ୍ତାରେ ଇଂ ଘଡାଇ କହିଛନ୍ତି ସ୍ୱର୍ଗତ ଢୋଲକିଆ ଜଣେ ବନ୍ଧୁ ବତ୍ସଳ ଦରଦୀ ରାଜନେତା ଥିଲେ । ନିଜ ଅଞ୍ଚଳର ବିକାଶ ପାଇଁ ସେ ବେଶ ଯତ୍ନବାନ ଥିଲେ । ତାଙ୍କ ଦେହାନ୍ତ ଖବର ମୋତେ ମର୍ମାହତ କରିଛି । ତାଙ୍କ ଆତ୍ମାର ସଦ୍ଗତି କାମନା ସହିତ ଏଭଳି ଦୁଃଖ ସମୟରେ ଭଗବାନ ତାଙ୍କ ପରିବାରକୁ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି ।
