ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପ୍ରଶାସକ ଅନନ୍ତ ଦାସଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ । ଶ୍ରୀ ଶତପଥୀ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ସ୍ୱର୍ଗତ ଦାସ ଜଣେ ସୁ ପ୍ରଶାସକ ହେବା ସହିତ ରାଜ୍ୟ ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଭାବେ ସଫଳତାର ସହିତ କାର୍ଯ୍ୟ କରିଥିଲେ । ତାଙ୍କ ଦେହାନ୍ତ ମୋତେ ଗଭୀର ମର୍ମାହତ କରିଛି । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଏଭଳି ସମୟରେ ଭଗବାନ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ।
