ଓଡିଶା ଲିଡ୍ସ(ଯାଜପୁର): ଗତକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ସୁକିନ୍ଦା ଉତ୍ସବ ମୁଖର ହୋଇଥିଲା । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ସୁକିନ୍ଦା ଆଜି ସାରା ଦେଶରେ ନିଜର ଭିନ୍ନ ପରିଚୟ ସୃଷ୍ଟି କରିଛି । ସୁକିନ୍ଦାର ଜନସାଧାରଣଙ୍କର ବିଜୁ ବାବୁଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ରହିଛି । ଗତକାଲି ସୁକିନ୍ଦାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା, ନେତ୍ରୀ ଓ କର୍ମୀଙ୍କ ସହିତ ସାଧାରଣ ଲୋକ ଯୋଗଦାନ କରିଥିଲେ । କାଳିଆପାଣି ଠାରେ ବିଜୁ ବାବୁଙ୍କ ସ୍ମୃତିରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଉକ୍ତ ଶିବିରକୁ ଇଂ ପ୍ରୀତିରଞ୍ଜନ ଘଡାଇ ଉଦଘାଟନ କରିଥିଲେ । ରକ୍ତଦାନ ମହତ ଦାନ ବୋଲି କହି ସେ ସମସ୍ତ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ । ଶିବିରରେ ୭୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଇଂ ଘଡାଇ ସମସ୍ତ ରକ୍ତ ଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ । କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେଡି କର୍ମୀ ମଧ୍ୟ ଯୋଗଦାନ କରିଥିଲେ ।




















