ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଜିଲ୍ଲାର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା କୁଆଖିଆ-ଯାଜପୁର ୨୦ ନମ୍ବର ଜାତୀୟ ରାଜପଥ । ଏହି ରାସ୍ତା ଉପରେ ଜିଲ୍ଲାର ସର୍ବାଧିକ ଲୋକ ନିର୍ଭର ଶୀଳ । ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡ଼ି ମଟର ଗତାଗତ କରୁଛି । ଫଳରେ ଏହି ରାସ୍ତା ସବୁ ସମୟରେ ଭିଡ଼ ରହୁଛି । ଏହି ରାସ୍ତାରେ ରହିଛି ବୁଢା ପୋଲ । ଦୀର୍ଘ ବର୍ଷ ହେଲା ଏହି ପୋଲ ନିର୍ମାଣ ହୋଇଥିଲା ବେଳେ ଏହାର ବାଡ଼ା ଅତ୍ୟନ୍ତ ଦୁର୍ବଳ ହୋଇ ଭାଙ୍ଗି ରୁଜି ଯାଇଥିଲା । ବିଭିନ୍ନ ସମୟରେ ଏ ନେଇ “ଓଡ଼ିଶା ଲିଡ୍ସ”ରେ ଖବର ପ୍ରକାଶ ପରେ ନୂତନ ବାଡ଼ା ନିର୍ମାଣ ଆରମ୍ଭ ହୋଇଥିଲା । ହେଲେ ଗୋଟିଏ ପଟର ବାଡ଼ା ଅଧାରୁ ଅଧିକ ନିର୍ମାଣ ହୋଇଥିଲା ବେଳେ କାମ ଅଧାରୁ ବନ୍ଦ ରହିଛି । ଭଙ୍ଗା ଯାଇଥିବା ବାଡ଼ାରେ ରଡ଼ ଛନ୍ଦି ଏହାକୁ ଛାଡି ଦିଆଯାଇଛି । ଫଳରେ ଏହା ପଥଚାରୀ ଓ ଗାଡି ଚାଳକଙ୍କ ପାଇଁ ବିପଦର କାରଣ ହୋଇଛି । ତୁରନ୍ତ ଏହି ବାଡ଼ା ନିର୍ମାଣ କାର୍ଯ୍ୟ ସାରିବାକୁ ସାଧାରଣରେ ଦାବି ହୋଇଛି ।
