ଓଡ଼ିଶା ଲିଡ୍ସ(ଯାଜପୁର): ଯାଜପୁର ଇଦ ପର୍ବରେ ସାମିଲ ହୋଇଛନ୍ତି ଯାଜପୁର ସାଂସଦ ରବୀନ୍ଦ୍ର ବେହେରା । ଯାଜପୁର ପୌର ପରିଷଦର ୧୪ ନମ୍ବର ୱାର୍ଡ ହାଜିନଗର ଠାରେ ସାଂସଦ ଶ୍ରୀ ବେହେରା ପହଞ୍ଚି ମୁସଲମାନ ଭାଇ ଭଉଣୀଙ୍କୁ ଇଦର ଶୁଭେଛା ଜଣାଇଥିଲେ । ଏହି ସମୟରେ ବିଜେପି ଯୁବନେତା ସଂଗ୍ରାମ ପାତ୍ର ମଧ୍ୟ ସାଂସଦଙ୍କ ସହିତ ଉପସ୍ଥିତ ଥିଲେ। ସେକ କମିରୁଦ୍ଦିନ, ସେକ ମନିରୁଦ୍ଦିନ, ଇଫତିକାର ଆଲାମ ଖାନ ପ୍ରମୁଖ ସାଂସଦଙ୍କୁ ସ୍ୱାଗତ କରିଥିଲେ ।
