ଓଡ଼ିଶା ଲିଡ୍ସ(ଯାଜପୁର): ରାସ୍ତା କଡରେ ବିପଦ ଆଁ କରି ଅନାଇଛି । ଏହା ଯେ କୌଣସି ସମୟରେ ପଥଚାରୀଙ୍କ ପାଇଁ ବିପଦର କାରଣ ହେବା ମଧ୍ୟ ଅସମ୍ଭବ ନୁହେଁ । ଯାଜପୁର ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ ଦେଇ ଯାଇଥିବା ରାସ୍ତା କଡ଼ରେ ବିଦ୍ୟୁତ ଖୁଣ୍ଟର ଢ଼ଳେଇ ପିଣ୍ଡି ରହିଥିବା ଦେଖିବାକୁ ମିଳିଛି । କିଛି ବର୍ଷ ପୂର୍ବରୁ ଏହି ଢ଼ଳେଇ ଉପରେ ବିଦ୍ୟୁତ ଖୁଣ୍ଟ ଲଗା ହୋଇ ରାସ୍ତା ଆଲୋକିତ କରାଯାଇଥିଲା । ହେଲେ ଏହା ବେଶ କିଛି ବର୍ଷ ହେଲା ଖୋଲା ଯାଇଥିଲେ ମଧ୍ୟ ଢ଼ଳେଇ ପିଣ୍ଡିକୁ ଭଙ୍ଗା ଯାଇନାହିଁ । ଏହି ଢ଼ଳେଇ ପିଣ୍ଡିରେ ଲୁହା ରଡ଼ ଉଠି ରହିଛି ।ଏହି ରାସ୍ତା ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଗାଡି ଗତାଗତ କରୁଥିଲା ବେଳେ ଏହି ପିଣ୍ଡି ଦୁର୍ଘଟଣାର କାରଣ ହେବା ବିଚିତ୍ର ନୁହେଁ ତୁରନ୍ତ ଏହି ପିଣ୍ଡିକୁ ଭାଙ୍ଗିବାକୁ ସଧାରଣରେ ଦାବି ହୋଇଛି ।
