ଓଡ଼ିଶା ଲିଡ୍ସ(ଯାଜପୁର): ଓଏମସି ପରିଚାଳିତ ସାଉଥ କାଳିଆପାଣି ଡି-କ୍ବାରୀ ଦୀର୍ଘ ୮ ମାସ ହେବ ବନ୍ଦ ରହିଛି । ବନ୍ଦ ଥିବା ଖଣିକୁ ତୁରନ୍ତ ଖୋଲିବା ସହିତ ସମସ୍ତ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବାକୁ ଦାବି କରିଛି ଏସଆରସିକେଏମଏସ । ଆଜି ଏ ନେଇ ଓଏମସିକୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୧୦ ଦିନ ଭିତରେ ଓଏମସିର ଠିକା ସଂସ୍ଥା କେସିସିଏଲ ସମସ୍ତ ଛଟେଇ ଶ୍ରମିକ ମାନଙ୍କୁ ପୁନଃ ନିଯୁକ୍ତି ପ୍ରଦାନ ନକଲେ ସମସ୍ତ କର୍ମଚାରୀ ଓଏମସି ଅଫିସ ସମ୍ମୁଖରେ ଧାରଣା ଦେବା ପାଇଁ ବାଧ୍ୟହେବେ ବୋଲି ଚେତାବନୀ ଦିଆଯାଇଛି ।
