orissaleads

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

Blog Post

orissaleads > ଜିଲ୍ଲା > ଯାଜପୁର > ଓ.ଏମ.ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦେବା ପାଇଁ ଓଡିଶା ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ କର୍ମଚାରୀ ମହାସଂଘର ଦାବୀ

ଓ.ଏମ.ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦେବା ପାଇଁ ଓଡିଶା ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ କର୍ମଚାରୀ ମହାସଂଘର ଦାବୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୯୧ ମସିହା ଆକ୍ଟୋବର ମାଡ଼ ୫ ତାରିଖ ଦିନ ଏକ ସରକାରୀ ବିଜ୍ଞପ୍ତି ଜରିଆରେ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଓଡିଶା ସରକାରଙ୍କ କର୍ମଚାରୀଙ୍କ ଭଳି ପିଛିଲା ଭାବରେ ୧.୪.୧୯୮୯ ମସିହା ଠାରୁ ପେନସନ୍ ଦେବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଥିଲେ । ଇତିମଧ୍ୟରେ ୩୪ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ । ଯେତେବେଳେ ୨୦୧୨ ମସିହାରେ ଓଡିଶା ଖଣି ନିଗମ ଏକ ସ୍ୱର୍ଶ ଶ୍ରେଣୀୟ ରାଜ୍ୟ ସରକାରୀ ନିଗମର ମାନ୍ୟତା ଲାଭ କଲା ସେତେବେଳେ ଓଡିଶା ଖଣି ନିଗମ ଏହି ପେନସନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୨ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ଅନୁମତି ମାଗିଲେ । ୧୯୯୧ ମସିହା ଅକ୍ଟୋବର ମାସ ୫ ତାରିଖ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପେନସନ ଦେବା ପାଇଁ ନିର୍ଦ୍ଦେଶନାମା ଥିଲେ ମଧ୍ୟ ରାଜ୍ୟ ସରକାର ୨୮.୪.୨୦୧୪ ଦିନ ଓଡିଶା ଖଣି ନିଗମର ଅନୁରୋଧକୁ ଖାରଜ କରଥିଲେ ।

ରାଜ୍ୟ ସରକାର ଏବଂ ଓଡିଶା ଖଣି ନିଗମର ଏତାଦୃଶ ନିଷ୍ପତ୍ତିରେ ନିରାଶ ହୋଇ ଓଡିଶା ମାଇନିଂ ଓ୍ୱାର୍କ ଫେଡେରେସନର କର୍ମକର୍ତ୍ତାମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦ୍ବାରସ୍ଥ ହୋଇଥିଲେ । ଓଡିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ଶୁଣିବାପରେ ୨୯.୧.୨୦୧୯ ଦିନ ନିଜ ରାୟରେ ଦର୍ଶାଇ ଥିଲେ ଯେ, ଯେହେତୁ ରାଜ୍ୟ ସରକାର ଓଡିଶା ଖଣି ନିଗମର କର୍ମଚାରୀ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ଦେଇଥିବା ୫.୧୦.୧୯୯୧ ଆଦେଶ ନାମାକୁ ପ୍ରତ୍ୟାହାର କରିନାହାନ୍ତି କିମ୍ବା ସେଥିରେ କୌଣସି ପରିବର୍ତନ କରିନାହାନ୍ତି, ତେଣୁ ଏହା ଅଦ୍ୟାବଧି ବଳବତ୍ତର ଅଛି । ସେଥିପାଇଁ ୨୮.୦୪.୨୦୧୪ ରେ ରାଜ୍ୟ ସରକାର ଓଡିଶା ଖଣି ନିଗମର କର୍ମଚାରୀ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ମନା କରିଥିବା ପତ୍ରକୁ ବେଆଇନ ଦର୍ଶାଇବା ସହିତ ୪ ମାସ ମଧ୍ୟରେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ନାମାକୁ ବିରୋଧ କରି ପୁନଶ୍ଚ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ଏହାପରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ୨୦୨୧ ମସିହା ଡିସେମ୍ବର ମାସ ୨୩ ତାରିଖ ଦିନ ଓଡିଶା ସରକାରଙ୍କ ରିଟ ପିଟିସନ୍ ଉପରେ ବିଚାର କରି ନିଜର ପୂର୍ବ ରାୟକୁ କାଏମ ରଖିଥିଲେ ଏବଂ ଅଦାଲତଙ୍କ ନିର୍ଦ୍ଦେଶନାମା ପାଇବାର ୪ ମାସ ମଧ୍ୟରେ ଓଡିଶା ଖଣି ନିଗମର କର୍ମଚାରୀ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ବିଚାର କରିବାକୁ ଓଡିଶା ସରକାର ଏବଂ ଓଡିଶା ଖଣି ନିଗମକୁ ନିର୍ଦେଶ ଦେଇଥିଲେ । ଏହାକୁ ବିରୋଧକରି ରାଜ୍ୟସରକାର ଏବଂ ଓଡିଶା ଖଣି ନିଗମ ପୁନର୍ବାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ରିଟ ପିଟିସନ୍ ଦାଖଲ କଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୧୩ ତାରିଖ ଦିନ ଦେଇଥିବା ରାୟରେ ଏହି ଯୋଜନାର ଏକ ତର୍କପୂର୍ଣ୍ଣ ଅନ୍ତ ଘଟାଇ ଆଗାମୀ ୮ ସପ୍ତାହ ମଧ୍ୟରେ ଓଡିଶା ଖଣିନିଗମର ସେବା ନିବୃତ କର୍ମଚାରୀ ମାନଙ୍କ ପାଇଁ ସରକାରଙ୍କ ଦ୍ବାରା ମଂଜୁରୀ ଦିଆଯାଇଥିବା ପେନସନ ଯୋଜନାକୁ ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଖଣି ନିଗମ ବର୍ତ୍ତମାନ ରାଜ୍ୟରେ ସର୍ବାଧିକ ଲାଭ କରୁଥିବା ଏକ ରାଜ୍ୟ ସରକାରୀ ନିଗମ ହୋଇଥିବା ବେଳେ ଏହା ବର୍ଷକୁ ପ୍ରାୟ ୧୫ ହଜାର କୋଟି ଟଙ୍କା ଲାଭ ପାଉଛି ଏବଂ ଏଥିପାଇଁ ନିଗମର କର୍ମଚାରୀ ମାନଙ୍କର ସହଯୋଗ ଯଥେଷ୍ଟ ରହିଛି ।

ଲାଭ ଟଙ୍କାରୁ ମାତ୍ର ୧୧୦୦ କୋଟି ଟଙ୍କା ଫିକ୍ସ ଡିପୋଜିଟ କରିଦେଲେ ତାହାର ସୁଧ ଟଙ୍କାରେ ଓ.ଏମ.ସିର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ପାଇ ପାରିବେ । ତେଣୁ କାଳ ବିଳମ୍ବ ନକରି, କୌଣସି ଟାଳ ଟୁଳ ନୀତି ଅବଲମ୍ବନ ନକରି ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ଓ.ଏମ୍.ସିର ସେବା ନିବୃତ କର୍ମଚାରୀ ମାନଙ୍କୁ ସହୃଦୟତାର ସହିତ ଅବସର କାଳିନ ପେନସନ ପ୍ରଦାନ କରିବା ପାଇଁ ଓଡିଶା ମାଇନିଂ ୱାର୍କ ଫେଡେରେସନର ସଭାପତି ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଡଃ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏବଂ ସାଧାରଣ ସଂପାଦକ ଅକ୍ଷୟ କୁମାର ସାମଲ ଏକ ପ୍ରେସ୍ ବିବୃତି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଏବଂ ଓଡିଶା ଖଣି ନିଗମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।

Leave a comment

Your email address will not be published. Required fields are marked *