Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଓ.ଏମ.ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦେବା ପାଇଁ ଓଡିଶା ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ କର୍ମଚାରୀ ମହାସଂଘର ଦାବୀ

ଓ.ଏମ.ସି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦେବା ପାଇଁ ଓଡିଶା ହାଇକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବାକୁ କର୍ମଚାରୀ ମହାସଂଘର ଦାବୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ୧୯୯୧ ମସିହା ଆକ୍ଟୋବର ମାଡ଼ ୫ ତାରିଖ ଦିନ ଏକ ସରକାରୀ ବିଜ୍ଞପ୍ତି ଜରିଆରେ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ଓଡିଶା ସରକାରଙ୍କ କର୍ମଚାରୀଙ୍କ ଭଳି ପିଛିଲା ଭାବରେ ୧.୪.୧୯୮୯ ମସିହା ଠାରୁ ପେନସନ୍ ଦେବା ପାଇଁ ଏକ ଐତିହାସିକ ନିଷ୍ପତି ନେଇଥିଲେ । ଇତିମଧ୍ୟରେ ୩୪ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ । ଯେତେବେଳେ ୨୦୧୨ ମସିହାରେ ଓଡିଶା ଖଣି ନିଗମ ଏକ ସ୍ୱର୍ଶ ଶ୍ରେଣୀୟ ରାଜ୍ୟ ସରକାରୀ ନିଗମର ମାନ୍ୟତା ଲାଭ କଲା ସେତେବେଳେ ଓଡିଶା ଖଣି ନିଗମ ଏହି ପେନସନ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ୨୦୧୨ ମସିହା ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ଅନୁମତି ମାଗିଲେ । ୧୯୯୧ ମସିହା ଅକ୍ଟୋବର ମାସ ୫ ତାରିଖ ଓଡିଶା ଖଣି ନିଗମର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କୁ ପେନସନ ଦେବା ପାଇଁ ନିର୍ଦ୍ଦେଶନାମା ଥିଲେ ମଧ୍ୟ ରାଜ୍ୟ ସରକାର ୨୮.୪.୨୦୧୪ ଦିନ ଓଡିଶା ଖଣି ନିଗମର ଅନୁରୋଧକୁ ଖାରଜ କରଥିଲେ ।

ରାଜ୍ୟ ସରକାର ଏବଂ ଓଡିଶା ଖଣି ନିଗମର ଏତାଦୃଶ ନିଷ୍ପତ୍ତିରେ ନିରାଶ ହୋଇ ଓଡିଶା ମାଇନିଂ ଓ୍ୱାର୍କ ଫେଡେରେସନର କର୍ମକର୍ତ୍ତାମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କର ଦ୍ବାରସ୍ଥ ହୋଇଥିଲେ । ଓଡିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ଶୁଣିବାପରେ ୨୯.୧.୨୦୧୯ ଦିନ ନିଜ ରାୟରେ ଦର୍ଶାଇ ଥିଲେ ଯେ, ଯେହେତୁ ରାଜ୍ୟ ସରକାର ଓଡିଶା ଖଣି ନିଗମର କର୍ମଚାରୀ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ଦେଇଥିବା ୫.୧୦.୧୯୯୧ ଆଦେଶ ନାମାକୁ ପ୍ରତ୍ୟାହାର କରିନାହାନ୍ତି କିମ୍ବା ସେଥିରେ କୌଣସି ପରିବର୍ତନ କରିନାହାନ୍ତି, ତେଣୁ ଏହା ଅଦ୍ୟାବଧି ବଳବତ୍ତର ଅଛି । ସେଥିପାଇଁ ୨୮.୦୪.୨୦୧୪ ରେ ରାଜ୍ୟ ସରକାର ଓଡିଶା ଖଣି ନିଗମର କର୍ମଚାରୀ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ମନା କରିଥିବା ପତ୍ରକୁ ବେଆଇନ ଦର୍ଶାଇବା ସହିତ ୪ ମାସ ମଧ୍ୟରେ ପେନସନ୍ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ବିଚାର କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ରାଜ୍ୟ ସରକାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଏହି ନିର୍ଦ୍ଦେଶ ନାମାକୁ ବିରୋଧ କରି ପୁନଶ୍ଚ ଉଚ୍ଚ ନ୍ୟାୟାଳୟରେ ଏକ ରିଟ ପିଟିସନ ଦାଖଲ କରିଥିଲେ । ଏହାପରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ ୨୦୨୧ ମସିହା ଡିସେମ୍ବର ମାସ ୨୩ ତାରିଖ ଦିନ ଓଡିଶା ସରକାରଙ୍କ ରିଟ ପିଟିସନ୍ ଉପରେ ବିଚାର କରି ନିଜର ପୂର୍ବ ରାୟକୁ କାଏମ ରଖିଥିଲେ ଏବଂ ଅଦାଲତଙ୍କ ନିର୍ଦ୍ଦେଶନାମା ପାଇବାର ୪ ମାସ ମଧ୍ୟରେ ଓଡିଶା ଖଣି ନିଗମର କର୍ମଚାରୀ ମାନଙ୍କୁ ପେନସନ୍ ପ୍ରଦାନ ପାଇଁ ବିଚାର କରିବାକୁ ଓଡିଶା ସରକାର ଏବଂ ଓଡିଶା ଖଣି ନିଗମକୁ ନିର୍ଦେଶ ଦେଇଥିଲେ । ଏହାକୁ ବିରୋଧକରି ରାଜ୍ୟସରକାର ଏବଂ ଓଡିଶା ଖଣି ନିଗମ ପୁନର୍ବାର ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ରିଟ ପିଟିସନ୍ ଦାଖଲ କଲେ । ଉଭୟ ପକ୍ଷଙ୍କୁ ଶୁଣିବା ପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଗତ ୧୩ ତାରିଖ ଦିନ ଦେଇଥିବା ରାୟରେ ଏହି ଯୋଜନାର ଏକ ତର୍କପୂର୍ଣ୍ଣ ଅନ୍ତ ଘଟାଇ ଆଗାମୀ ୮ ସପ୍ତାହ ମଧ୍ୟରେ ଓଡିଶା ଖଣିନିଗମର ସେବା ନିବୃତ କର୍ମଚାରୀ ମାନଙ୍କ ପାଇଁ ସରକାରଙ୍କ ଦ୍ବାରା ମଂଜୁରୀ ଦିଆଯାଇଥିବା ପେନସନ ଯୋଜନାକୁ ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଓଡିଶା ଖଣି ନିଗମ ବର୍ତ୍ତମାନ ରାଜ୍ୟରେ ସର୍ବାଧିକ ଲାଭ କରୁଥିବା ଏକ ରାଜ୍ୟ ସରକାରୀ ନିଗମ ହୋଇଥିବା ବେଳେ ଏହା ବର୍ଷକୁ ପ୍ରାୟ ୧୫ ହଜାର କୋଟି ଟଙ୍କା ଲାଭ ପାଉଛି ଏବଂ ଏଥିପାଇଁ ନିଗମର କର୍ମଚାରୀ ମାନଙ୍କର ସହଯୋଗ ଯଥେଷ୍ଟ ରହିଛି ।

ଲାଭ ଟଙ୍କାରୁ ମାତ୍ର ୧୧୦୦ କୋଟି ଟଙ୍କା ଫିକ୍ସ ଡିପୋଜିଟ କରିଦେଲେ ତାହାର ସୁଧ ଟଙ୍କାରେ ଓ.ଏମ.ସିର ସମସ୍ତ ଅବସରପ୍ରାପ୍ତ କର୍ମଚାରୀ ପେନସନ୍ ପାଇ ପାରିବେ । ତେଣୁ କାଳ ବିଳମ୍ବ ନକରି, କୌଣସି ଟାଳ ଟୁଳ ନୀତି ଅବଲମ୍ବନ ନକରି ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ଓ.ଏମ୍.ସିର ସେବା ନିବୃତ କର୍ମଚାରୀ ମାନଙ୍କୁ ସହୃଦୟତାର ସହିତ ଅବସର କାଳିନ ପେନସନ ପ୍ରଦାନ କରିବା ପାଇଁ ଓଡିଶା ମାଇନିଂ ୱାର୍କ ଫେଡେରେସନର ସଭାପତି ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଡଃ, ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏବଂ ସାଧାରଣ ସଂପାଦକ ଅକ୍ଷୟ କୁମାର ସାମଲ ଏକ ପ୍ରେସ୍ ବିବୃତି ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଇସ୍ପାତ ଓ ଖଣି ବିଭାଗ ମନ୍ତ୍ରୀ ଏବଂ ଓଡିଶା ଖଣି ନିଗମ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ।

Leave a comment

Your email address will not be published. Required fields are marked *