ଓଡ଼ିଶା ଲିଡ୍ସ(ବ୍ୟୁରୋ): ଚୌଦ୍ବାର ଜେଲ୍ରୁ ୨ କୁଖ୍ୟାତ କଏଦୀ ଫେରାର ଘଟଣାରେ ଦିନ ଗଡି ଚାଲିଥିଲା ବେଳେ ଦୁଇ ଅପରାଧୀଙ୍କୁ ଧରିବାରେ ପୋଲିସ ଏବେ ପର୍ଯ୍ୟନ୍ତ ସଫଳ ହୋଇନାହିଁ । ଓଡ଼ିଶାର ତିହାର କୁହା ଯାଉଥିବା ଚୌଦ୍ୱାର ଜେଲର ହୁଗୁଳା ସୁରକ୍ଷା ବ୍ୟବସ୍ଥାର ଭରପୁର ଫାଇଦା ନେଇ ଦୁଇ କୁଖ୍ୟାତ ଅପରାଧି ଚମ୍ପଟ ମାରିବାରେ ସକ୍ଷମ ହେଲେ ।
ଆଜି ଚୌଦ୍ୱାର ଜେଲର ହୁଗୁଳା ସୁରକ୍ଷା ବ୍ୟବସ୍ଥାର ଗୁମର ଖୋଲିଛନ୍ତି ଜେଲ୍ ଡିଆଇଜି ଅନୁସୟା ଜେନା । ଏହା ସହିତ ଚୌଦ୍ୱାର ଜେଲରଙ୍କୁ ବଦଳି କରାଯାଇଛି । ସେ କହିଛନ୍ତି ଡ୍ୟୁଟିରେ ଅବହେଳା କରିଥିଲେ ଜେଲ୍ ସୁପରିନ୍ଟେଣ୍ଡେଣ୍ଟ ଓ ଜେଲର ।




















