ଓଡ଼ିଶା ଲିଡ୍ସ(ବ୍ୟୁରୋ): ସଞ୍ଜୁ ସାମସନଙ୍କ ୫୦ ବଲରେ ଅପରାଜିତ ୯୭ ରନର ଅବିସ୍ମରଣୀୟ ଇନିଂସ ବଳରେ ଭାରତ T-20 ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି । ସଞ୍ଜୁ ଓ ଭାରତର ଏହି ସଫଳତାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଉଭୟ ଭାରତୀୟ ଦଳ ଓ ସଞ୍ଜୁ ସାମସନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ୨୦ ଓଭରରେ ୧୯୬ ରନର ବିଶାଳ ରନକୁ ସମ୍ମୁଖୀନ ହୋଇ ଭାରତ ୪ଟି ବଲ ପୂର୍ବରୁ ବିଜୟୀ ହୋଇଛି । ଏହି ବିଜୟରେ ସଞ୍ଜୁ ସାମସନଙ୍କ ସ୍ମରଣୀୟ ଇନିଂସ ସାରା ଦେଶରେ ଆନନ୍ଦ ଲହରୀ ଖେଳାଇ ଦେଇଛି ।




















