ଓଡ଼ିଶା ଲିଡ୍ସ(ଯାଜପୁର): ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ସୁକିନ୍ଦା ଓ ଦାନଗଦି ବ୍ଳକର ବିଭିନ୍ନ ପୂଜା ମଣ୍ଡପରେ ମହା ଆଡ଼ମ୍ବରରେ ପୂଜା ପାଳିତ ହେଉଛି । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ ପୂଜା ମଣ୍ଡପ ଗୁଡିକୁ ଯାଇ ମା’ ଲକ୍ଷ୍ମୀଙ୍କ ଦର୍ଶନ କରି ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ମା ଲକ୍ଷ୍ମୀଙ୍କ କୃପା ସଦା ସମସ୍ତଙ୍କ ଉପରେ ରହି ଥାଉ । ଆମ ଅଞ୍ଚଳରେ ଶାନ୍ତି, ସମୃଦ୍ଧି ଓ ସଂଘଠିତତା ଅବିଚ୍ଛିନ୍ନ ରହିବାର କାମନା କରୁଛି ।





















