ଓଡ଼ିଶା ଲିଡ୍ସ(ବ୍ୟୁରୋ): ନୀରବତା ଭାଙ୍ଗି ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି ଵିରୋଧି ଦଳ ନେତା ନବୀନ ପଟ୍ଟନାୟକ । ତାଙ୍କ ସହିତ ରହିବେ ୪୦ ଜଣ ଷ୍ଟାର ପ୍ରଚାରକ । ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ନବୀନ । ଆଜି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ମଧ୍ୟ ଘୋଷଣା କରିଛି ବିଜେଡି ।
ଏହି ଷ୍ଟାର ପ୍ରଚାରକ ତାଲିକାରେ ୧୬ ଜଣ ବିଧାୟକ ରହିଥିବାବେଳେ, ବରିଷ୍ଠ ବିଜେଡି ନେତୀ ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଣବ ପ୍ରକାଶ ଦାସ, ଇଂ ପ୍ରୀତିରଞ୍ଜନ ଘଡାଇ ପ୍ରମୁଖଙ୍କ ନାଁ ରହିଛି। ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ସର୍ବାଗ୍ରେ ରହିଛନ୍ତି ନବୀନ ପଟ୍ଟନାୟକ । ତେଣୁ ନବୀନ ବିଭିନ୍ନ ସଭାରେ ଯୋଗଦେବା ନିଶ୍ଚିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିକଟରେ ଏକ ସଭାରେ କହିଥିଲେ ନୂଆପଡାରେ ବିଜେପି ଓ କଂଗ୍ରେସ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ହେଲେ ନବୀନ ପ୍ରଚାର ମଇଦାନକୁ ଓହ୍ଲାଇଲେ ନୂଆପଡା ସମୀକରଣ ବଦଳିବା ନିଶ୍ଚିତ । ଏଠାରେ ଦ୍ଵିମୁଖୀ ନୁହେଁ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ । ବିଜେଡିର ଭବିଷ୍ୟତ ପାଇଁ ନୂଆପଡା ଉପନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି ।





















