ଓଡ଼ିଶା ଲିଡ୍ସ(ଯାଜପୁର): ବାତ୍ୟା ମୋନ୍ଥା ପ୍ରଭାବରେ ଆଜି ସକାଳୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ସକାଳୁ ଆକାଶ ଅଧିକ ମେଘାଛନ୍ନ ହେବା ସହିତ ବର୍ଷା ଆରମ୍ଭ ହୋଇଥିଲା । ଦିନ ଯାକ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଥିଲା ବେଳେ ଏବେ ମଧ୍ୟ ବର୍ଷା ଲାଗି ରହିଛି । ଯାଜପୁର ଜିଲ୍ଲାରେ ଆଜି ୪୧ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ଯାଜପୁର ଜିଲ୍ଲାକୁ ଅଧିକ ବର୍ଷାର ସତର୍କ ସୂଚନା ନଥିଲା ବେଳେ ଦିନ ଯାକ ବର୍ଷା ଲାଗି ରହିବା ଦ୍ୱାରା ଜନ ଜୀବନ ପ୍ରଭାବିତ ହୋଇଛି । ବର୍ଷା ଫଳରେ ବ୍ୟାସନଗର ଅଞ୍ଚଳ ଭିଏନ କଲେଜ ରାସ୍ତାରେ କାଳୀପୂଜା ପାଇଁ ନିର୍ମିତ ହୋଇଥିବା ଏକ ବିଶାଳ ଆଲୋକ ଗେଟ ଭୁଶୁଡି ପଡିଥିଲା । ଫଳରେ ଏହି ରାସ୍ତାରେ ଗତାଗତ ବେଶ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା।




















