ଓଡ଼ିଶା ଲିଡ୍ସ(ବ୍ୟୁରୋ): ବ୍ରହ୍ମପୁରର ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟାକୁ ୭ ଦିନ ପୂରିଛି । ପୋଲିସ ବିଭିନ୍ନ ଦିଗକୁ ନେଇ ହତ୍ୟାକାଣ୍ଡର ତଦନ୍ତ କରୁଥିଲା ବେକେ ହତ୍ୟାକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ । ୭ ଦିନ ପରେ ମଧ୍ୟ ପୋଲିସ ହତ୍ୟା ରହସ୍ୟ ଭେଦ କରି ପାରୁନଥିବାରୁ ଉଦବେଗ ପ୍ରକାଶ ପାଇଛି ।
ଆଇନଜୀବୀ ସ୍ୱର୍ଗତ ପୀତବାସ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଶୋକସଭାରେ ଶ୍ରଦ୍ଧାଞ୍ଜଳି ଦେଇ ଶୀଘ୍ର ହତ୍ୟାକାଣ୍ଡ ପଛର ଷଡ଼ଯନ୍ତ୍ର ରହସ୍ୟ ଉନ୍ମୋଚନ ପାଇଁ ବିଭିନ୍ନ ବ୍ୟକ୍ତି ଦାବି କରିଛନ୍ତି।
ପୋଲିସ ୭ଦିନ ମଧ୍ୟରେ ୭୦ରୁ ଅଧିକ ଲୋକଙ୍କୁ ଜେରା କଲାଣି, ତଥାପି ହତ୍ୟାକାଣ୍ଡରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରୁନାହିଁ । ପୋଲିସ ହତ୍ୟାକାରୀଙ୍କୁ ଚିହ୍ନଟ କରିପାରୁଛି ନା ହତ୍ୟା ପଛର ରହସ୍ୟ ଭେଦି ପାରୁଛି ।
ପୀତବାସ ପଣ୍ଡାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରାଯାଇଥିଲା । ଅପରାଧୀଙ୍କ ପାଖରେ ପହଞ୍ଚିବାକୁ ପୋଲିସ ଦିନ ରାତି ଏକ କରି ତଦନ୍ତ ଜାରି ରଖିଥିଲା ବେଳେ ବାନ୍ଧି ପାରିନାହିଁ ।
ସୂଚନା ଅନୁଯାୟୀ ପୋଲିସ ଜଣେ କର୍ପୋରେଟର ଓ ଜଣେ ଯବାନଙ୍କୁ ସନ୍ଦେହରେ ପଚରାଉଚରା କରି ଛାଡ଼ିଛି। ଖଲ୍ଲିକୋଟ୍, କବିସୂର୍ଯ୍ୟନଗର ଓ ଆସିକା ଅଞ୍ଚଳର ବହୁ ପୁରୁଣା ଅପରାଧୀଙ୍କୁ ଆଣି ଜେରା କରିଛି । ହେଲେ ନିଷ୍କର୍ଷରେ ପହଞ୍ଚି ପାରିନାହିଁ । ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରିଥିବା ପୀତବାସ ପଣ୍ଡା ହତ୍ୟାକାଣ୍ଡ ଉପରୁ ପୋଲିସ କେବେ ପରଦା ହଟାଉଛି ଓ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉଛି ତା ଉପରେ ରାଜ୍ୟବାସୀଙ୍କ ନଜର ।




















