ଓଡ଼ିଶା ଲିଡ୍ସ(ଯାଜପୁର): ପବିତ୍ର ମହାଶିବରାତ୍ରୀ ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ଓ ସୁକିନ୍ଦାର ବିଭିନ୍ନ ଶୈବ ପୀଠକୁ ଯାଇ ମହାଦେବଙ୍କ ଦର୍ଶନ କରିବା ସହିତ ପୂଜାପାଠ କରିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହି ଅବସରରେ ସେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ମହାଦେବଙ୍କ ଅପାର କରୁଣା ସମସ୍ତଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରିବା ସହିତ ସୁକିନ୍ଦାରେ ଶାନ୍ତି ଓ ଭାଇଚାରା ଅତୁଟ ରହିବ ବୋଲି ସେ କହିଛନ୍ତି ।

ଧାଡିରେ ଆସି ଦର୍ଶନ କଲେ
ମହାଶିବରାତ୍ରୀ ପାଇଁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁ ମାନେ ଲମ୍ବା ଧାଡିରେ ଆଶି ମହାଦେବଙ୍କ ଦର୍ଶନ କରୁଥିଲେ । ଜଣେ ସାଧାରଣ ଶ୍ରଦ୍ଧାଳୁଙ୍କ ପରି ଇଂ ଘଡାଇ ମଧ୍ୟ ଲମ୍ବା ଧାଡିରେ ଆସି ମହାଦେବଙ୍କ ଦର୍ଶନ କରିଥିଲେ । ଠାକୁରଙ୍କ ନିକଟରେ ସମସ୍ତେ ସମାନ, କେହି ଛୋଟ କି ବଡ଼ ନୁହଁନ୍ତି ବୋଲି ବାର୍ତ୍ତା ଦେଇଥିଲେ ଇଂ ଘଡାଇ ।




















