ଓଡ଼ିଶା ଲିଡ୍ସ(ଯାଜପୁର): କୁହାଯାଏ ବିପଦ ସମୟର ବନ୍ଧୁ ପ୍ରକୃତ ବନ୍ଧୁ । ଯାହାକୁ ପ୍ରମାଣିତ କରୁଛନ୍ତି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଯୁବନେତା ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜର ଭିନ୍ନ କାର୍ଯ୍ୟଶୈଳୀ ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର କେହି ମୃତ୍ୟୁ ମୁଖରେ ପଡିଲେ ପରିବାର ଲୋକ ଭଳି ସ୍ମଶାନ ଘାଟରେ ପହଁଚୁଛନ୍ତି । ବିଗତ ଦିନରେ ଏଭଳି କାର୍ଯ୍ୟ କରି ଅନ୍ୟ ରାଜନେତାଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିଲା ବେଳେ ଆଜି ସୁକିନ୍ଦାଗଡ଼ ପଞ୍ଚାୟତ ବାରିକ୍ ସାହିର ବିଜୟ ବେହେରାଙ୍କ ମା’ ମଞ୍ଜୁ ବେହେରାଙ୍କ ଦେହାନ୍ତ ହୋଇଥିବା ଖବର ପାଇ ଶ୍ମଶାନ ଘାଟରେ ପହଞ୍ଚିଥିଲେ । ସେଠାରେ ମୃତ ଦେହରେ ପୁଷ୍ପ ମାଲ୍ୟ ଦେଇ ଦିବଙ୍ଗତ ଅମର ଆତ୍ମାର ସଦଗତି କାମନା କରିଥିଲେ । ଉପସ୍ଥିତ ପରିବାରସଦସ୍ୟଙ୍କୁ ମଧ୍ୟ ସମବେଦନା ଜଣାଇଥିଲେ ।




















