ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ୍ ହାତୀବାରୀ ପଞ୍ଚାୟତର ବୈରୀମାଳ ଠାରେ ଶାନ୍ତିକୁଞ୍ଜ ସେବାଶ୍ରମ ଯଜ୍ଞେଶ୍ୱର ପୀଠରେ ଆୟୋଜିତ ହେଉଛି ବିଶ୍ୱକଲ୍ୟାଣ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ । ଏହି ଉତ୍ସବରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେଠାରେ ପୂଜାର୍ଚ୍ଚନା କରିବା ସହିତ ସମସ୍ତଙ୍କ ସୁଖ-ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳଙ୍କ ସହିତ ଅନ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ । ଆୟୋଜକ ମାନେ ଇଂ ଘଡାଇଙ୍କୁ ଯଜ୍ଞ ସ୍ଥଳକୁ ପାଛୋଟି ନେଇ ଭବ୍ୟ ସ୍ୱାଗତ କରିଥିଲେ ।
