orissaleads

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

ଆଗେଇଲା ବ୍ୟାଙ୍କ ଘରୋଇକରଣ: ମର୍ଚାଣ୍ଟ ବ୍ୟାଙ୍କର୍‌ ନିଯୁକ୍ତ କରିବେ ସରକାର

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

୨୬୭ ଡ୍ରୋନ୍‌ ଆକ୍ରମଣ କଲା ରୁଷିଆ

Blog Post

orissaleads > କ୍ରୀଡା > ବୟସର ପ୍ରଭାବ ନାହିଁ, ବଢୁଛି ଧୋନି କ୍ରେଜ

ବୟସର ପ୍ରଭାବ ନାହିଁ, ବଢୁଛି ଧୋନି କ୍ରେଜ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗୋଟିଏ ଷ୍ଟମ୍ପିଙ୍ଗ କରିବାର ସମୟ ମାତ୍ର ୦.୧୨ ସେକେଣ୍ଡ । ଏହା କେବଳ ୪୩ ବର୍ଷୀୟ ଧୋନିଙ୍କ ଦ୍ୱାରା ସମ୍ଭବ । ଆଉ ଏହାକୁ ଗତକାଲି କରି ଦେଖାଇଛନ୍ତି ମହେନ୍ଦ୍ର ସିଂ ଧୋନି । ଆଖି ପିଛୁଳାକେ ସୂର୍ଯ୍ୟକୁମାର ଯାଦବଙ୍କୁ ପାଭିଲିୟନ ଫେରାଇ ଦେଇଥିଲେ ଧୋନି । କିଛି ବୁଝିବା ପୂର୍ବରୁ ଆଉଟ ହୋଇ ଯାଇଥିଲେ ସୂର୍ଯ୍ୟ ।
ଧୋନିଙ୍କ ବୟସର ଖେଳାଳି ଅବସର ନେଇ କିଏ ଧାରା ବିବରଣୀ ଦେଉଛି ତ କିଏ ନୂଆ ପିଢୀକୁ ପ୍ରଶିକ୍ଷଣ ଦେଉଛି । କିଛି ଖେଳାଳିଙ୍କୁ ପ୍ରସଂଶକ ଭୁଲି ବି ଗଲେଣି । ହେଲେ କ୍ରିକେଟ ଦୁନିଆର ମହାନ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ ଭାରତର ଅନ୍ୟତମ ସର୍ବାଧିକ ସଫଳ ତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର କ୍ରେଜ କିନ୍ତୁ ବଢି ବଢି ଚାଲିଛି । ତାଙ୍କୁ ନେଇ ଚର୍ଚ୍ଚା ଥମୁନାହିଁ । ଅବସରକୁ ଢେର ବର୍ଷ ହୋଇ ଗଲାଣି, ହେଲେ ଏବେ ବି ବିଶ୍ୱର ସର୍ବାଧିକ ଲୋକପ୍ରିୟ କ୍ରିକେଟ ଲିଗ ଆଇପିଏଲ ରେ ନିଜର ଖେଳ ଜାରି ରଖିଛନ୍ତି ଧୋନି । ଆଉ ଧୋନିଙ୍କ ଦଳର ମ୍ୟାଚ ବେଳେ ଧୋନିଙ୍କ ନାମରେ ଦର୍ଶକରେ ଭରପୁର ହୋଇ ଯାଉଛି ଷ୍ଟାଡିୟମ ।
ଚେନ୍ନାଇ ସୁପର କିଙ୍ଗ ଦଳର ମେରୁଦଣ୍ଡ ହୋଇ ରହିଥିବା ଧୋନି ଏବେ ବି ନିଜ ଦଳର ଦାୟିତ୍ୱକୁ ନିଜ କାନ୍ଧରେ ବୋହୁଛନ୍ତି । ଦଳର ଅଧିନାୟକ ଋତୁରାଜ ଗାଏକ୍ବାଡ଼ ହୋଇଥିଲେ ମଧ୍ୟ ଧୋନି କିନ୍ତୁ କଠିନ ସମୟରେ ନିଷ୍ପତି ନେଉଛନ୍ତି । ସମ୍ପୂର୍ଣ୍ଣ ଦଳ ଧୋନିଙ୍କ ଚତୁର ରଣନୀତିକୁ ପଡିଆ ମଧ୍ୟରେ ଅପେକ୍ଷା ରଖୁଛି । ପଡିଆ ଭିତରେ ଖୁବ ଶାନ୍ତ ସରଳ ରହୁଥିବା ଏହି ଖେଳାଳି ପଡିଆ ଭିତରର କଠୋର ନିଷ୍ପତ୍ତି ନେବାରେ ମାହିର ।
ଗତକାଲି ଚଳିତ ବର୍ଷର ଆଇପିଏଲରେ ଚେନ୍ନାଇ ତାର ପ୍ରଥମ ମ୍ୟାଚରେ ଭେଟିଥିଲା ମୁମ୍ବାଇ ଇଣ୍ଡିଆନ୍ସକୁ । ଆଉ ପ୍ରଥମ ଲଢେଇରେ ଚେନ୍ନାଇ ବିଜୟୀ ମଧ୍ୟ ହୋଇଥିଲା । ବିଜୟ ପାଇଁ ମାତ୍ର ୪ ରନ ଆବଶ୍ୟକ ଥିଲା ବେଳେ ଏକ ଉଇକେଟ ପଡିଥିଲା । ହେଲେ ଉଇକେଟ ପତନ ପରେ ଚେନ୍ନାଇ ଦର୍ଶକ ନିରାଶ ହେବା ବଦଳରେ ଉତ୍ସାହିତ ହୋଇ ପଡ଼ିଥିଲେ । କାରଣ ବି ଥିଲା ଭିନ୍ନ । କାରଣ ପଡ଼ିଆକୁ ଓହ୍ଲାଇ ଥିଲେ ମହେନ୍ଦ୍ର ସିଂ ଧୋନି । ଦର୍ଶକରେ ଭରପୁର ଷ୍ଟାଡିୟମ ଧୋନି ଧୋନି ଚିତ୍କାରରେ ଫାଟି ପଡୁଥିଲା । ଏହା ଥିଲା ଧୋନିଙ୍କ ଲୋକପ୍ରିୟତାର ଝଲକ ମାତ୍ର । ଧୋନି ଦୁଇଟି ବଲ ଖେଳି କୌଣସି ରନ କରିନଥିଲେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ଖେଳାଳି ରଚିନ ରବୀନ୍ଦ୍ର ଛକା ମାରି ଦଳକୁ ବିଜୟୀ କରିଥିଲେ । ହେଲେ ଏହା ପୂର୍ବରୁ ଧୋନିଙ୍କ ଏକ ଷ୍ଟମ୍ପିଙ୍ଗ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ମୁମ୍ବାଇର ସୂର୍ଯ୍ୟକୁମାର ବ୍ୟାଟିଂ କଲା ବେଳେ ତାଙ୍କୁ ଧୋନି ଷ୍ଟମ୍ପିଙ୍ଗ କରିଥିଲେ । ଏହି କାମ କରିବାକୁ ଧୋନି ନେଇଥିଲେ ମାତ୍ର ୦.୧୨ ସେକେଣ୍ଡ । ଯାହା ଆଜି କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହିଛି । ଆଗକୁ ଧୋନି ଉଭୟ ବ୍ୟାଟିଂ ଓ କିପିଙ୍ଗରେ କମାଲ ଦେଖାଇବେ ବୋଲି ତାଙ୍କ ପ୍ରସଂଶକ ବେଶ ଆଶାବାଦୀ ।

Leave a comment

Your email address will not be published. Required fields are marked *