Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ସଭାପତିଙ୍କ ସମ୍ମାନ ଓ ମାଟିର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୁଅନ୍ତୁ-ସଂଗୀତା ପିଙ୍ଗୁଆ

ସଭାପତିଙ୍କ ସମ୍ମାନ ଓ ମାଟିର ବିକାଶ ପାଇଁ ସମସ୍ତେ ଏକତ୍ରିତ ହୁଅନ୍ତୁ-ସଂଗୀତା ପିଙ୍ଗୁଆ

ଓଡ଼ିଶା ଲିଡ୍ସ(ଯାଜପୁର): ମହିଳା ମାନେ କିଭଳି ବିକାଶ ଧାରାରେ ସାମିଲ ହୋଇ ବିକାଶର ନେତୃତ୍ୱ ନେବେ ଏହା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଥିଲା । ନିଜ ମୁଖ୍ୟମନ୍ତ୍ରୀତ୍ବ ସମୟରେ ସାରା ରାଜ୍ୟର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିଥିଲେ ନବୀନ ପଟ୍ଟନାୟକ । ବିଶେଷ କରି ଆଦିବାସୀ ମହିଳାଙ୍କୁ ସର୍ବାଧିକ ପ୍ରାଧାନ୍ୟ ଦେଉଥିଲେ । ଯାଜପୁର ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପୌର ପରିଷଦ ବ୍ୟାସନଗରରେ ମୋ ଭଳି ଜଣେ ଆଦିବାସୀ ମହିଳାଙ୍କୁ ଅଧ୍ୟକ୍ଷା ଭାବେ ନିର୍ବାଚିତ କରିବାରେ ତାଙ୍କ ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ନିର୍ବାଚିତ ହେଲା ପରେ ସହରର ବିକାଶକୁ ପ୍ରାଥମିକତା ଦେଇ ସହରବାସୀଙ୍କ ଉନ୍ନତି ପାଇଁ ବ୍ୟାପକ ଖସଡ଼ା ପ୍ରସ୍ତୁତ କରି କାର୍ଯ୍ୟ ଆରମ୍ଭ କରିଥିଲି । ହେଲେ ବିଡ଼ମ୍ବନାର ବିଷୟ ଜିଲ୍ଲା ପ୍ରଶାସନ ଏଥିରେ ବାଧା ସୃଷ୍ଟି କରିଥିଲା । କୌଣସି ବିକାଶ ମୂଳକ କାର୍ଯ୍ୟ ଆରମ୍ଭ କଲେ ବିଭିନ୍ନ ଆଳ ଦେଖାଇ ତାକୁ ପ୍ରଶାସନ ବନ୍ଦ କରୁଥିଲା । ଏହା ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଥିବା ମୁଁ ଅନୁଭବ କରିଛି । ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଦ୍ୱାରା ଜନ ସାଧାରଣ ଅସନ୍ତୁଷ୍ଟ ହୋଇଥିଲେ । ଏହା ହେବା ମଧ୍ୟ ସ୍ୱାଭାବିକ । ହେଲେ ଏହାକୁ ଆଳକରି ପ୍ରକୃତ କଥା ନବୁଝି କାଉନସିଲର ଭାଇ ଓ ଭଉଣୀ ମାନେ ମୋ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।ଯାହା ଦଳ ସଭାପତିଙ୍କ ପ୍ରତି ମଧ୍ୟ ଅସମ୍ମାନ । ସହରର ବିକାଶ ପାଇଁ ପୁଣି ସମସ୍ତେ ଏକ ହୋଇ କାମ କରିବେ ବୋଲି ମୋର ଦୃଢ଼ ଆଶା ଓ ବିଶ୍ୱାସ ବୋଲି କହିଛନ୍ତି ଅଧ୍ୟକ୍ଷା ସଂଗୀତା ପିଙ୍ଗୁଆ । ଶ୍ରୀମତୀ ପିଙ୍ଗୁଆଙ୍କ ଏହି ବିବୃତି ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି । ଆଉ ତାହା ହେଲା ଶାସକ ବିଜୁ ଜନତା ଦଳର ଅଧ୍ୟକ୍ଷା ଥାଇ ପ୍ରଶାସନ ତାଙ୍କୁ ବିରୋଧ କରିବା ଓ କାମ କରାଇ ନ ଦେବା । କେବଳ ଅଧ୍ୟକ୍ଷା ନୁହଁନ୍ତି କୋରେଇ ନିର୍ବାଚନ ମଣ୍ଡଳୀ ଅଧିନରେ ରହିଛି ବ୍ୟାସନଗର ପୌର ପରିଷଦ । ଆଉ ସେତେବେଳେ ବିଧାୟକ ଥିଲେ ବିଜେଡିର ଅଶୋକ ବଳ । ହେଲେ ଜିଲ୍ଲା ପ୍ରଶାସନ କାହା ଇଙ୍ଗିତରେ ବିକାଶକୁ ରୋକ ଲଗାଉଥିଲା । କିଏ ସେଇ ପ୍ରଭାବଶାଳୀ ଅଦୃଶ୍ୟ ଶକ୍ତି ଯିଏ ବ୍ୟାସନଗର ବିକାଶରେ ଅନ୍ତରାୟ ହୋଇଥିଲେ । ଏବେ ପୁଣି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ବେଳେ ଏହା ପଛରେ ସେଇ ଅଦୃଶ୍ୟ ଶକ୍ତିର ହାତ ନାହିଁତ । ଏଇ ଭଳି ବିଭିନ୍ନ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । କ୍ଷମତାରୁ ଦଳ ଯାଇଛି, କୋରେଇ ଆସନ ବିଜେଡି ହାତରୁ ଖସି ଯାଇଛି । ଏଭଳି ସମୟରେ ବିଜେଡି ନିଜ ସହିତ ଲଢେଇ କରୁଛି । ଯାହା ଫଳରେ ବ୍ୟାସନଗର ବିକାଶ ବେଶ ବାଧାପ୍ରାପ୍ତ ହୋଇଛି । ବିଜେଡିର ଏହି ଗୃହ ବିବାଦ ଦଳକୁ ଅଧିକ ନିନ୍ଦିତ କରୁଛି । ଆଗାମି ଦିନରେ ଦଳକୁ କିନ୍ତୁ ଏହାର ମୂଲ୍ୟ ଦେବାକୁ ପଡିବ । ଆସନ୍ତା ଦୁଇ ତାରିଖ ଦିନ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବା ନେଇ ସ୍ଥିର ହୋଇଛି । ଯାହାକୁ ନେଇ କୋରେଇ ରାଜନୀତି ବେଶ ଉଷ୍ଣ ହୋଇ ପଡିଛି । ଆଗକୁ କାଉନସିଲର ମାନେ ନିଜ ନିଷ୍ପତ୍ତିରେ ଅଟଳ ରହିବେ ନା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଭିନ୍ନ ନିଷ୍ପତି ନେବେ ତାହା ଆଲୋଚ୍ୟର ବିଷୟ ହୋଇଛି । ହେଲେ ଅନ୍ୟଏକ ଭିନ୍ନ ଚର୍ଚ୍ଚା ଏବେ ବ୍ୟାସନଗର ପୋୖରାଞ୍ଚଳରେ ଘୁରି ବୁଲୁଛି । ଆଉ ତାହା ହେଉଛି ଏବେ ବି କୋରେଇ ରାଜନୀତିରେ ପ୍ରଭାବଶାଳୀ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ଏହା ଉପରେ କି ନିଷ୍ପତ୍ତି ନେଉଛନ୍ତି । କାରଣ ପୌର ପରିଷଦରେ ବିଜେଡିର ବିପୁଳ ବିଜୟ ପଛରେ ତାଙ୍କର ବଡ଼ ଭୂମିକା ରହିଥିଲା । ହେଲେ ଗତ ନିର୍ବାଚନରେ ସେ ନିଜ ନିର୍ବାଚନ ମଣ୍ଡଳୀ ସୁକିନ୍ଦାରେ ପରାଜିତ ହେଲା ପରେ ଏବେ ସୁକିନ୍ଦାରେ ସଂଗଠନ ସଜାଡ଼ିବା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଆଉ ଏବେ ସୁକିନ୍ଦା ଅଶାନ୍ତ ହୋଇଥିବାରୁ ସେ ସର୍ବାଧିକ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ଦେଉଛନ୍ତି ।

Leave a comment

Your email address will not be published. Required fields are marked *