ଓଡ଼ିଶା ଲିଡ୍ସ(ବ୍ୟୁରୋ): ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଭିନ୍ନ ମୋଡ଼ ନେଉଛି । କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ ଅସନ୍ତୁଷ୍ଟ ଥିବା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ପରିବାର ସଦସ୍ୟ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିଛନ୍ତି । ଆଜି ନବ ଦାସଙ୍କ ପତ୍ନୀ ମିନତୀ ଦାସ, ଝିଅ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଓ ପୁଅ ବିଶାଳ ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ନିବେଦନ କରିଛନ୍ତି ।
