orissaleads

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଟାଟୁ ବିବାଦ, ଦୁଇ ଗିରଫ

ଟାଟୁ ବିବାଦ, ଦୁଇ ଗିରଫ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଆର୍ଥିକ ବର୍ଷ-୨୫ରେ ୧.୨୫ ଲକ୍ଷ ନିଯୁକ୍ତି ଦେବ ଭାରତୀୟ ଟେକ୍ ଶିଳ୍ପ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ଟ୍ରମ୍ପଙ୍କୁ ଲାଲ ଆଖି ଦେଖାଇଲା ହମାସ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

ବାଇକ୍ ଚୋରି ଗ୍ୟାଙ୍ଗ୍‌କୁ ଧରିଲା ପୁଲିସ: ୧୨ ଗାଡ଼ି ସହିତ ଡୁପ୍ଲିକେଟ୍ ଚାବି ଜବତ

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କେବେ ପ୍ରତିବାଦ କରିବ ବିଜେଡି

ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କେବେ ପ୍ରତିବାଦ କରିବ ବିଜେଡି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦଶ ମାସର ସରକାରରେ ସାରା ରାଜ୍ୟରେ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ସକାଳ ହେଲେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ, ଛିନତାଇ, ଦୁର୍ଘଟଣା ଭଳି ଖବର ମନକୁ ଆନ୍ଦୋଳିତ କରୁଛି । ରାଜ୍ୟ ଭଳି ଯାଜପୁର ଜିଲ୍ଲାରେ ଆଇନ ଶୃଂଖଳା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି । ବିଜେଡି ସରକାର ସମୟରେ ଲଘୁ ଖଣିଜ ପଦାର୍ଥ ଲୁଟ ହେବା ନେଇ ବ୍ୟାପକ ଅଭିଯୋଗ ହେଉଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ବିଜେପି ପ୍ରତିବାଦର ସ୍ବର ଉଠାଇ ସରକାର ଓ ପ୍ରଶାସନକୁ ଘେରୁଥିଲା । ହେଲେ ବିଜେପି ସରକାର ସମୟରେ ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଲୁଟ ହେଉଛି । ବାଲି ଠାରୁ ନେଇ ନାଲି ମାଟି, ମାଟି, କଳା ପଥର ଓ ମାଙ୍କଡ଼ା ପଥରର ବ୍ୟାପକ ଲୁଟ ହେଉଛି । ସବୁ ସୀମା ଟପି ସାରିଛନ୍ତି ଲୁଟେରା, ହେଲେ ଚିନ୍ତାର ବିଷୟ ହେଉଛି ସବୁ ଦେଖି ପ୍ରଶାସନ ନ ଦେଖିବାର ଅଭିନୟ କରୁଛି ।

କେଉଁଠି କେମିତି ଚଢ଼ାଉ କରାଯାଇ ଟ୍ରକ, ହାଇୱା, ଟ୍ରାକ୍ଟର ଧରା ଯାଉଥିଲା ବେଳେ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଚାପି ହୋଇ ପ୍ରଶାସନ ଗାଡି ଛାଡି ଦେବାକୁ ବାଧ୍ୟ ହେଉଛି । ଅନ୍ୟ ପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଜିଲ୍ଲାର ସଙ୍ଗିନ ହୋଇ ପଡିଛି । ବିଶେଷ କରି ମହିଳା ମାନେ ଅସାମାଜିକ ମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି । କେଉଁଠି ମହିଳା ମାନଙ୍କୁ ହତ୍ୟାର ଧମକ ମିଳୁଛି ତ ଯୁବତୀ ମାନଙ୍କୁ ଦୁଷ୍କର୍ମର ଖୋଲା ଧମକ ମିଳୁଛି ।

ନିକଟରେ ଯାଜପୁର ଟାଉନର ଜଣେ କର୍ମଜୀବି ମହିଳା ଗଣ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିଲା ବେଳେ ପ୍ରତିରୋଧ କରିବାରୁ ତାଙ୍କୁ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନାହାନ୍ତି ଆସମାଜିକ ଯୁବକ ମାନେ । ସୁକିନ୍ଦା କାଳିଆପାଣି ପଞ୍ଚାୟତରେ ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା ବେଳେ ମା ଆଗରେ ଝିଅଙ୍କୁ ଦୁଷ୍କର୍ମ କରିବାର ଧମକ ଦେବା ଭଳି ଘୃଣ୍ୟ କାମ କରିବାକୁ ପଛାଇ ନାହାନ୍ତି ଅସାମାଜିକ ଯୁବକ । ଏଭଳି କାଣ୍ଡ ଭିତରେ ମହିଳା ମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡିଲେଣି । ଅଭିଯୋଗ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ବସୁଛି । ଫଳରେ ପୋଲିସ ଉପରେ ଜନତା ଭରସା ତୁଟାଇ ସାରିଲେଣି ।

ଏହାକୁ ବାଦ ଦେଲେ ଜିଲ୍ଲାରେ ନିଶା କାରବାର ମଧ୍ୟ ସୀମା ପାର କଲାଣି । ବ୍ୟାପକ ଚୋରା ମଦ, ଗଞ୍ଜେଇ ବ୍ୟବସାୟ ଖୋଲା ମେଲାରେ ଚାଲିଥିଲା ବେଳେ ମାରାତ୍ମକ ବ୍ରାଉନ ସୁଗାର ବେପାର ଚାଲିଛି । ଖୋଲା ମେଲାରେ ଏହି ବ୍ୟବସାୟ ଚାଲିଥିଲା ବେଳେ ଅବକାରୀ ବିଭାଗରେ ସ୍ଥାଣୁତା ଦେଖା ଦେଇଛି । ଯାହା ନିଶା ବ୍ୟବସାୟକୁ ବେଶ ବଢ଼ାଇ ଦେଇଛି । ଅବକାରୀ ବିଭାଗ ଚୋରା ନିଶା ବେପାର ରୋକୁଛି ନା ପ୍ରୋତ୍ସାହନ ଦେଉଛି ତାହା ସନ୍ଦେହ ସୃଷ୍ଟି କରୁଛି । ଫଳରେ ଯୁବ ଗୋଷ୍ଠି ଏବେ ନିଶାସକ୍ତ ହୋଇ ବିଭିନ୍ନ ଅପରାଧ ଘଟାଇ ଚାଲିଛନ୍ତି । ଅନ୍ୟ ଏକ ବ୍ୟବସାୟ ଏବେ ଜିଲ୍ଲାର ସମ୍ମାନରେ ଢେର ଆଞ୍ଚ ଆଣିଛି । ଏହି ବ୍ୟବସାୟ ହେଉଛି ଦେହ ବ୍ୟବସାୟ । ରାଜ୍ୟ ତଥା ରାଜ୍ୟ ବାହାରର ଦେହ ବ୍ୟବସାୟୀ ଯାଜପୁର ଜିଲ୍ଲାରେ ରହି ନିଜ ବ୍ୟବସାୟ ପସରା ମେଲାଇଛନ୍ତି । ସହରର ବିଭିନ୍ନ ହୋଟେଲ, ଲଜ ଓ ମଣ୍ଡପରେ ଏହି ବ୍ୟବସାୟ ଖୋଲା ମେଲାରେ ଚାଲିଥିଲା ବେଳେ ପୋଲିସ ମାସିକିଆ ଚାନ୍ଦା ନେଇ ଚୁପ ବସିଥିବା ଅଭିଯୋଗ ହେଉଛି । ପୋଲିସ ସବୁ ଜାଣି ମଧ୍ୟ କେବେ ଚଢ଼ାଉ କରିବାର ଆଗ୍ରହ ଦେଖାଉ ନାହିଁ ।

ଏପରି ସ୍ଥିତିରେ ଜିଲ୍ଲାର ଆଇନ ଶୃଂଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା ବେଳେ ଵିରୋଧି ଦଳ ବିଜେଡି ବି ପ୍ରଶାସନ ଭଳି ସବୁ ଦେଖି ମଧ୍ୟ ନିରବ ବସିଛି । ଵିରୋଧି ଦଳ ହୋଇ ମଧ୍ୟ ଏହି ସବୁ ବେନିୟମ କାର୍ଯ୍ୟ ବିରୋଧରେ ପ୍ରଶାସନ, ପୋଲିସ, ଅବକାରୀ ବିଭାଗର ନୀରବତାକୁ ନେଇ ପ୍ରଶ୍ନ ଉଠାଉ ନାହିଁ । ଜିଲ୍ଲା ବିଜେଡିରେ ଗୋଷ୍ଠି କନ୍ଦଳ ଚାଲିଥିଲା ବେଳେ ନେତାଙ୍କ ମଧ୍ୟରେ ଆଉ ସମନ୍ୱୟ ନାହିଁ । ନିଜ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନିଜର ଭଳି ଗୋଟିଏ ନିର୍ବାଚନ ମଣ୍ଡଳୀରେ କୌଣସି ଘଟଣା ଘଟିଲେ ଅନ୍ୟମାନେ ନୀରବରେ ବସି ରହୁଛନ୍ତି । ଅନ୍ୟାୟକୁ ପ୍ରତିରୋଧ କରିବାକୁ କେହି ଆଗ୍ରହୀ ହେଉ ନାହାନ୍ତି କି ମିଳିତ ହେଉ ନାହାନ୍ତି । ଫଳରେ ପ୍ରଶାସନ ବିନା ଚାପରେ ଚୁପ ବସୁଛି । ଦିନକୁ ଦିନ ଜିଲ୍ଲାର ଆଇନ ଶୃଂଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଥିଲା ବେଳେ କେବେ ବିଜେଡି ମିଳିତ ହୋଇ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରଶାସନ ଉପରେ ଚାପ ପକାଇବ ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି ।

Leave a comment

Your email address will not be published. Required fields are marked *