Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ଯାଜପୁର > ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କେବେ ପ୍ରତିବାଦ କରିବ ବିଜେଡି

ଯାଜପୁର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, କେବେ ପ୍ରତିବାଦ କରିବ ବିଜେଡି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଦଶ ମାସର ସରକାରରେ ସାରା ରାଜ୍ୟରେ ଆଇନ ଶୃଂଖଳା ବିପର୍ଯ୍ୟସ୍ତ ହୋଇ ପଡିଛି । ସକାଳ ହେଲେ ହତ୍ୟା, ଲୁଣ୍ଠନ, ଦୁଷ୍କର୍ମ, ଛିନତାଇ, ଦୁର୍ଘଟଣା ଭଳି ଖବର ମନକୁ ଆନ୍ଦୋଳିତ କରୁଛି । ରାଜ୍ୟ ଭଳି ଯାଜପୁର ଜିଲ୍ଲାରେ ଆଇନ ଶୃଂଖଳା ମଧ୍ୟ ବିପର୍ଯ୍ୟସ୍ତ ହୋଇ ପଡିଛି । ବିଜେଡି ସରକାର ସମୟରେ ଲଘୁ ଖଣିଜ ପଦାର୍ଥ ଲୁଟ ହେବା ନେଇ ବ୍ୟାପକ ଅଭିଯୋଗ ହେଉଥିଲା । ଯାହାକୁ ନେଇ ବିଭିନ୍ନ ସମୟରେ ବିଜେପି ପ୍ରତିବାଦର ସ୍ବର ଉଠାଇ ସରକାର ଓ ପ୍ରଶାସନକୁ ଘେରୁଥିଲା । ହେଲେ ବିଜେପି ସରକାର ସମୟରେ ଜିଲ୍ଲାରେ ଲଘୁ ଖଣିଜ ପଦାର୍ଥ ବ୍ୟାପକ ଲୁଟ ହେଉଛି । ବାଲି ଠାରୁ ନେଇ ନାଲି ମାଟି, ମାଟି, କଳା ପଥର ଓ ମାଙ୍କଡ଼ା ପଥରର ବ୍ୟାପକ ଲୁଟ ହେଉଛି । ସବୁ ସୀମା ଟପି ସାରିଛନ୍ତି ଲୁଟେରା, ହେଲେ ଚିନ୍ତାର ବିଷୟ ହେଉଛି ସବୁ ଦେଖି ପ୍ରଶାସନ ନ ଦେଖିବାର ଅଭିନୟ କରୁଛି ।

କେଉଁଠି କେମିତି ଚଢ଼ାଉ କରାଯାଇ ଟ୍ରକ, ହାଇୱା, ଟ୍ରାକ୍ଟର ଧରା ଯାଉଥିଲା ବେଳେ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଚାପି ହୋଇ ପ୍ରଶାସନ ଗାଡି ଛାଡି ଦେବାକୁ ବାଧ୍ୟ ହେଉଛି । ଅନ୍ୟ ପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଜିଲ୍ଲାର ସଙ୍ଗିନ ହୋଇ ପଡିଛି । ବିଶେଷ କରି ମହିଳା ମାନେ ଅସାମାଜିକ ମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି । କେଉଁଠି ମହିଳା ମାନଙ୍କୁ ହତ୍ୟାର ଧମକ ମିଳୁଛି ତ ଯୁବତୀ ମାନଙ୍କୁ ଦୁଷ୍କର୍ମର ଖୋଲା ଧମକ ମିଳୁଛି ।

ନିକଟରେ ଯାଜପୁର ଟାଉନର ଜଣେ କର୍ମଜୀବି ମହିଳା ଗଣ ଦୁଷ୍କର୍ମ ଉଦ୍ୟମର ଶିକାର ହୋଇଥିଲା ବେଳେ ପ୍ରତିରୋଧ କରିବାରୁ ତାଙ୍କୁ ଆକ୍ରମଣ ମଧ୍ୟ କରିବାକୁ ପଛାଇ ନାହାନ୍ତି ଆସମାଜିକ ଯୁବକ ମାନେ । ସୁକିନ୍ଦା କାଳିଆପାଣି ପଞ୍ଚାୟତରେ ଜଣେ ଶିକ୍ଷୟିତ୍ରୀଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିଲା ବେଳେ ମା ଆଗରେ ଝିଅଙ୍କୁ ଦୁଷ୍କର୍ମ କରିବାର ଧମକ ଦେବା ଭଳି ଘୃଣ୍ୟ କାମ କରିବାକୁ ପଛାଇ ନାହାନ୍ତି ଅସାମାଜିକ ଯୁବକ । ଏଭଳି କାଣ୍ଡ ଭିତରେ ମହିଳା ମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡିଲେଣି । ଅଭିଯୋଗ କଲେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଚୁପ ବସୁଛି । ଫଳରେ ପୋଲିସ ଉପରେ ଜନତା ଭରସା ତୁଟାଇ ସାରିଲେଣି ।

ଏହାକୁ ବାଦ ଦେଲେ ଜିଲ୍ଲାରେ ନିଶା କାରବାର ମଧ୍ୟ ସୀମା ପାର କଲାଣି । ବ୍ୟାପକ ଚୋରା ମଦ, ଗଞ୍ଜେଇ ବ୍ୟବସାୟ ଖୋଲା ମେଲାରେ ଚାଲିଥିଲା ବେଳେ ମାରାତ୍ମକ ବ୍ରାଉନ ସୁଗାର ବେପାର ଚାଲିଛି । ଖୋଲା ମେଲାରେ ଏହି ବ୍ୟବସାୟ ଚାଲିଥିଲା ବେଳେ ଅବକାରୀ ବିଭାଗରେ ସ୍ଥାଣୁତା ଦେଖା ଦେଇଛି । ଯାହା ନିଶା ବ୍ୟବସାୟକୁ ବେଶ ବଢ଼ାଇ ଦେଇଛି । ଅବକାରୀ ବିଭାଗ ଚୋରା ନିଶା ବେପାର ରୋକୁଛି ନା ପ୍ରୋତ୍ସାହନ ଦେଉଛି ତାହା ସନ୍ଦେହ ସୃଷ୍ଟି କରୁଛି । ଫଳରେ ଯୁବ ଗୋଷ୍ଠି ଏବେ ନିଶାସକ୍ତ ହୋଇ ବିଭିନ୍ନ ଅପରାଧ ଘଟାଇ ଚାଲିଛନ୍ତି । ଅନ୍ୟ ଏକ ବ୍ୟବସାୟ ଏବେ ଜିଲ୍ଲାର ସମ୍ମାନରେ ଢେର ଆଞ୍ଚ ଆଣିଛି । ଏହି ବ୍ୟବସାୟ ହେଉଛି ଦେହ ବ୍ୟବସାୟ । ରାଜ୍ୟ ତଥା ରାଜ୍ୟ ବାହାରର ଦେହ ବ୍ୟବସାୟୀ ଯାଜପୁର ଜିଲ୍ଲାରେ ରହି ନିଜ ବ୍ୟବସାୟ ପସରା ମେଲାଇଛନ୍ତି । ସହରର ବିଭିନ୍ନ ହୋଟେଲ, ଲଜ ଓ ମଣ୍ଡପରେ ଏହି ବ୍ୟବସାୟ ଖୋଲା ମେଲାରେ ଚାଲିଥିଲା ବେଳେ ପୋଲିସ ମାସିକିଆ ଚାନ୍ଦା ନେଇ ଚୁପ ବସିଥିବା ଅଭିଯୋଗ ହେଉଛି । ପୋଲିସ ସବୁ ଜାଣି ମଧ୍ୟ କେବେ ଚଢ଼ାଉ କରିବାର ଆଗ୍ରହ ଦେଖାଉ ନାହିଁ ।

ଏପରି ସ୍ଥିତିରେ ଜିଲ୍ଲାର ଆଇନ ଶୃଂଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା ବେଳେ ଵିରୋଧି ଦଳ ବିଜେଡି ବି ପ୍ରଶାସନ ଭଳି ସବୁ ଦେଖି ମଧ୍ୟ ନିରବ ବସିଛି । ଵିରୋଧି ଦଳ ହୋଇ ମଧ୍ୟ ଏହି ସବୁ ବେନିୟମ କାର୍ଯ୍ୟ ବିରୋଧରେ ପ୍ରଶାସନ, ପୋଲିସ, ଅବକାରୀ ବିଭାଗର ନୀରବତାକୁ ନେଇ ପ୍ରଶ୍ନ ଉଠାଉ ନାହିଁ । ଜିଲ୍ଲା ବିଜେଡିରେ ଗୋଷ୍ଠି କନ୍ଦଳ ଚାଲିଥିଲା ବେଳେ ନେତାଙ୍କ ମଧ୍ୟରେ ଆଉ ସମନ୍ୱୟ ନାହିଁ । ନିଜ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନିଜର ଭଳି ଗୋଟିଏ ନିର୍ବାଚନ ମଣ୍ଡଳୀରେ କୌଣସି ଘଟଣା ଘଟିଲେ ଅନ୍ୟମାନେ ନୀରବରେ ବସି ରହୁଛନ୍ତି । ଅନ୍ୟାୟକୁ ପ୍ରତିରୋଧ କରିବାକୁ କେହି ଆଗ୍ରହୀ ହେଉ ନାହାନ୍ତି କି ମିଳିତ ହେଉ ନାହାନ୍ତି । ଫଳରେ ପ୍ରଶାସନ ବିନା ଚାପରେ ଚୁପ ବସୁଛି । ଦିନକୁ ଦିନ ଜିଲ୍ଲାର ଆଇନ ଶୃଂଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡୁଥିଲା ବେଳେ କେବେ ବିଜେଡି ମିଳିତ ହୋଇ ରାସ୍ତାକୁ ଓହ୍ଲାଇ ଏହାର ପ୍ରତିବାଦ କରି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ପ୍ରଶାସନ ଉପରେ ଚାପ ପକାଇବ ତାକୁ ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି ।

Leave a comment

Your email address will not be published. Required fields are marked *