ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆର୍ଥିକ ଅନିୟମିତତା ମାମଲାରେ ଛନ୍ଦି ହୋଇଥିବା ବିଜେଡି ନେତା ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।
ଶ୍ରୀ ସାମଲ ଆଜି ବାଲେଶ୍ୱର ଏସଡିଜେଏମ କୋର୍ଟରେ ସୀତାଂଶୁ ଦ୍ବିବେଦୀଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଛନ୍ତି। ଗଣମାଧ୍ୟମକୁ ଶ୍ରୀ ସାମଲ କହିଛନ୍ତି, ଏଭଳି ଅଭିଯୋଗ ଭିତ୍ତିହୀନ, ମନ ଗଢ଼ା ଓ ଉଦ୍ଦେଶ୍ୟ ପ୍ରଣୋଦିତ। ରାଜ୍ୟରେ ବିଜେପିକୁ ନିନ୍ଦିତ କରିବା ଲାଗି ଉଦ୍ଦେଶ୍ୟମୂଳକ ଭାବେ ସୌମ୍ୟଶଙ୍କର ଚକ୍ର ଓରଫ ରାଜାଙ୍କ ଓକିଲ ସୀତାଂଶୁ ଦ୍ବିବେଦୀ ଏଭଳି ବୟାନ ଦେଇଛନ୍ତି ।