ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଭିନ୍ନ ସହରରେ ରେଲିଆନ୍ସ ଟ୍ରେଣ୍ଡସର ଆଉଟ ଲେଟ ଖୋଲା ଯାଇଛି । ଏହି ସବୁ ସୋ ରୁମ ମାନଙ୍କରେ ବହୁ ଗ୍ରାହକ ଭିଡ଼ ମଧ୍ୟ ଦେଖିବାକୁ ମିଳିଥାଏ । ବିଭିନ୍ନ ପ୍ରକାର ପୋଷାକ ପତ୍ର ଏଠାରେ ବିକ୍ରି ହେଉଥିଲା ବେଳେ ଗ୍ରାହକ ହଜାର ହଜାର ଟଙ୍କାର ପୋଷାକ ପତ୍ର କ୍ରୟ କରନ୍ତି । ହେଲେ ପୋଷାକ କିଣି ବିଲ ପୈଠ କଲା ପରେ କର୍ମଚାରୀ ପଚାରନ୍ତି କ୍ୟାରି ବ୍ୟାଗ ନେବେ କି । ଗ୍ରାହକ କିଣିଥିବା ଜିନିଷ ନେବାକୁ କ୍ୟାରି ବ୍ୟଗ ନେବାକୁ ହଁ ଭରିଥାଏ । ହେଲେ କର୍ମଚାରୀ ବ୍ୟାଗ ପାଇଁ ପଇସା ନିଅନ୍ତି । ଗ୍ରାହକ ଜିନିଷ ନେବାକୁ ବାଧ୍ୟ ହୋଇ ବ୍ୟାଗ କିଣିଥାଏ । ଏ ନେଇ ପ୍ରଶ୍ନ କରିବାରୁ କର୍ମଚାରୀ କୁହନ୍ତି ଆମକୁ ବ୍ୟାଗ ବିକ୍ରି କରିବାକୁ ନିର୍ଦେଶ ଅଛି । ଆମେ କଣ କରିବୁ । ହଜାର ହଜାର ଟଙ୍କାର ଜିନିଷ କିଣି ଗ୍ରାହକ ବାଧ୍ୟ ହୋଇ ବ୍ୟାଗ କିଣିଥାଏ । ଏହା ଟ୍ରେଣ୍ଡସର ଗ୍ରହକଙ୍କୁ ଲୁଟ କରିବାର ଏକ ମାଧ୍ୟମ ବୋଲି ଅଭିଯୋଗ କରିଛନ୍ତି ଗ୍ରାହକ । ବିଭିନ୍ନ ସହରରେ ବିଭିନ୍ନ କମ୍ପାନୀ ଆଉଟ ଲେଟ ଥିଲା ବେଳେ ସେମାନେ ଗ୍ରହକଙ୍କୁ ଜିନିଷ ନେବାକୁ ବ୍ୟାଗ ଦେଉଥିଲା ବେଳେ ରେଲିଆନ୍ସ ଟ୍ରେଣ୍ଡସ ଗ୍ରାହକଙ୍କୁ ବ୍ୟାଗ ଦେବାକୁ ଦାବି ହୋଇଛି ।




















