ଓଡ଼ିଶା ଲିଡ୍ସ(ବ୍ୟୁରୋ): ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଚାଲିଥିବା ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନରେ ଭାରତର ଦୃଢ଼ ବ୍ୟାଟିଂ ଦେଖିବାକୁ ମିଳିଛି । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ମାତ୍ର ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା । ଏହାର ଜବାବରେ ଦ୍ଵିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ମାତ୍ର ୫ ଉଇକେଟ ହରାଇ ୪୪୮ ରନ ସଂଗ୍ରହ କରିଛି । ଭାରତ ପ୍ରଥମ ଇନିଂସରେ ତିନିଜଣ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି । ପ୍ରଥମେ କେ.ଏଲ.ରାହୁଲ ଶତକ ହାସଲ କରିଥିଲେ । ସେ ଶତକ ହାସଲ ପରେ ଆଉଟ ହୋଇ ଯାଇଥିଲେ । ଏହା ପରେ ଧ୍ରୁବ ଜୁରେଲ ଶତକ ହାସଲ କରିଥିଲେ । ସେ ୧୨୫ ରନ କରି ଆଉଟ ହୋଇଥିଲେ । ଏହା ପରେ ଟେଷ୍ଟ କ୍ରିକେଟରେ ବିଶ୍ୱର ଏକ ନମ୍ବର ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ଷଷ୍ଠ ଶତକ ହାସଲ କରିଥିଲେ । ଏହା ପୂର୍ବରୁ ଅଧିନାୟକ ଶୁଭମନ ଗିଲ ଅର୍ଦ୍ଧ ଶତକ ହାସଲ କରି ଆଉଟ ହୋଇଥିଲେ । ଆଜିର ଖେଳ ଶେଷ ବେଳକୁ ଜାଡେଜା ଓ ୱାସିଙ୍ଗଟନ ସୁନ୍ଦର ଅପରାଜିତ ଥିଲେ ।




















