
ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା: କେଜ୍ରିୱାଲଙ୍କ ସମେତ ୨୩ ଅଭିଯୁକ୍ତ ଦିଲ୍ଲୀ କୋର୍ଟ ଦ୍ୱାରା ଦୋଷମୁକ୍ତ
ଓଡ଼ିଶା ଲିଡ୍ସ(ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଆଜି ମାମଲାର ଶୁଣାଣିବେଳେ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ସ୍ବତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ଏହି ରାୟ ଦେଇ ସିବିଆକୁ ତୀବ୍ର ଭର୍ତ୍ସନା କରି ଏହା ଆଣିଥିବା ଅଭିଯୋଗ ବିରୋଧରେ ପ୍ରମାଣ ଉପସ୍ଥାପନ କରିପାରନାହିଁ ବୋଲି କହିଛନ୍ତି। […]




























