
ଗାନ୍ଧୀ ଜୟନ୍ତୀରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି: ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ମାଲ୍ୟାର୍ପଣ
ଓଡ଼ିଶାସ ଲିଡ୍ସ(ସୁକିନ୍ଦା): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସୁକିନ୍ଦା ଭବନ ପ୍ରାଙ୍ଗଣରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ମାଲ୍ୟାର୍ପଣ କରିବା ସହ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି ଅବସରରେ ଇଂ ଘଡାଇ କହିଥିଲେ ଯେ, ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ତ୍ୟାଗ ଓ ମାନବିକତାର ଆଦର୍ଶ ଆଜି ମଧ୍ୟ ସମଗ୍ର ମାନବ ସମାଜକୁ ପ୍ରେରଣା ଯୋଗାଉଛି। ଦେଶର ସ୍ୱାଧୀନତା ସଂଗ୍ରାମରେ ବାପୁଙ୍କ ଅବଦାନ ଅତୁଳନୀୟ ଓ ଅବର୍ଣ୍ଣନୀୟ। ତାଙ୍କ […]



























