
ହରିହର ବିଦ୍ୟାପୀଠ ପରିସରରେ ସକ୍ଷମ କେନ୍ଦ୍ର ଉଦଘାଟିତ
ଓଡ଼ିଶା ଲିଡ୍ସ(କୃଷ୍ଣପ୍ରସାଦ): ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ପିଏମ୍ ଶ୍ରୀ ହରିହର ନୋଡାଲ ବିଦ୍ୟାପୀଠ ପରିସରରେ ସକ୍ଷମ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ବିଆରସିସି ସିଦ୍ଧେଶ୍ଵର କରଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଏହାକୁ ଉଦଘାଟିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ରସେନ ସାହୁ, ସହ ଶିକ୍ଷା ଅଧିକାରୀ ବଳଭଦ୍ର ସାହୁ, ବିଆରପି ଦୀନବନ୍ଧୁ ପ୍ରଧାନ, ସମସ୍ତ ସିଆରସିସି ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଯୋଗଦାନ କରି ସହଯୋଗ କରିଥିଲେ। […]




























