ଓଡ଼ିଶା ଲିଡ୍ସ(ଯାଜପୁର): ସୁଜନପୁର ନୋଉପଡାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈଦ୍ୟନାଥ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆଜି ତାଙ୍କ ବାସଗୃହରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଜଣେ ଅମାୟିକ, ସରଳ ଓ ଧର୍ମପ୍ରାଣ ବ୍ୟକ୍ତି ଭାବେ ଅଞ୍ଚଳରେ ତାଙ୍କର ବିଶେଷ ପରିଚୟ ଥିଲା । ବୈଦ୍ୟନାଥ ସାର ଭାବେ ସେ ସମସ୍ତଙ୍କ ପ୍ରିୟ ଥିଲେ । ମୃତ୍ୟୁ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଗୃହରେ ପହଞ୍ଚି ତାଙ୍କ ଶେଷ ଦର୍ଶନ କରିଥିଲେ । ଆସନ୍ତା କାଲି ଗ୍ରାମ୍ୟ ସ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ ବୋଲି ପରିବାର ସୂତ୍ରରୁ ଜଣା ଯାଇଛି । ତାଙ୍କ ମୃତ୍ୟୁରେ ସୁଜନପୁର ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି ।
