ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ବିଶ୍ୱ ସାଇକେଲ ଦିବସ । ଦିନ ଥିଲା ସାଇକେଲ ଯାହା ଘରେ ଥିଲା ତାଙ୍କର ବେଶ ସମ୍ମାନ ଥିଲା । ଓଡ଼ିଆ ଘରେ ସାଇକେଲକୁ ସୁନୁଗାଡି କୁହା ଯାଉଥିଲା । ରାସ୍ତାରେ ସାଇକେଲ ନେଇ ଗଲା ବେଳେ ସାଇକେଲକୁ କିଛି ଲୋକ ଦେଖୁଥିଲେ । କାହିଁ କେତେ ଦୂର ଯାତ୍ରା ସାଇକେଲରେ ହେଉଥିଲା । ଦେଶରେ ରାଲେ, ହିରୋ, ହମ୍ବର, ଆଭନ, ହରକୁଲସ ଭଳି ପ୍ରତିଷ୍ଠିତ ତଥା ଲୋକପ୍ରିୟ ସାଇକେଲ କମ୍ପାନୀ ମାନ ଥିଲା । ସମୟ ବଦଳିବା ସହିତ ସାଇକେଲର ବ୍ୟବହାର କମି ଗଲା । ସାଇକେଲର ସ୍ଥାନ ନେଲା ବାଇକ, ସ୍କୁଟି ଓ କାର । ବେଶ କିଛି ବର୍ଷ ଵ୍ୟଵଧାନରେ ସାଇକେଲ ପ୍ରତି ଆଦର ଓ ଆକର୍ଷଣ ବଢୁଛି । ଯୁବ ଗୋଷ୍ଠି ଏବେ ପୁଣି ସାଇକେଲ ପ୍ରତି ଆଗ୍ରହ ଦେଖାଉଛନ୍ତି । ଆଜି ସମୟରେ ସମସ୍ତେ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇଥିଲା ବେଳେ ସାଇକେଲ ଚଳାଇଲେ ସ୍ୱାସ୍ଥ୍ୟ ଭଲ ରହୁଥିବା କାରଣରୁ ଯୁବକଙ୍କ ସହିତ ବୟସ୍କ ମାନେ ମଧ୍ୟ ସାଇକେଲ ଚଳାଉଛନ୍ତି । ବିଭିନ୍ନ ସହରରେ ସାଇକେଲ କ୍ଳବ ମାନ ଗଠନ ହୋଇଛି । କ୍ଳବର ସଦସ୍ୟ ମାନେ ସାଇକେଲ ନେଇ ବିଭିନ୍ନ ପର୍ଯ୍ୟଟନ ସ୍ଥାନକୁ ଯାଉଛନ୍ତି । ଦିନକୁ ଦିନ ସାଇକେଲର ଚାହିଦା ବଢିବା କାରଣରୁ ସାଇକେଲ କମ୍ପାନୀ ବିଭିନ୍ନ ମଡେଲର ସାଇକେଲ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଯେଉଁ ମଡେଲ ଗୁଡିକ ପ୍ରତି ଯୁବ ଗୋଷ୍ଠି ବେଶ ଆକର୍ଷିତ ହେଉଛନ୍ତି ମଧ୍ୟ । ଏକଦା ପ୍ରବାଦ ପୁରୁଷ ବିଜୁ ବାବୁ ସାଇକେଲ ଚଳାଇ ବିଧାନସଭା ଆସୁଥିବା ଦେଖିବାକୁ ମିଲିଥିଲା । ଚଳଚ୍ଚିତ୍ର ଅଭିନେତା ତଥା ରାଜନେତା ସିଦ୍ଧାନ୍ତ ମହାପାତ୍ର ବହୁ ସମୟରେ ସାଇକେଲ ଚଳାଇ ବିଧାନସଭାକୁ ଏବେ ବି ଆସୁଛନ୍ତି । ଅନ୍ୟ ପକ୍ଷରେ ବହୁ ରାଜନେତା, ଅଭିନେତା ନିଜକୁ ଫିଟ ରଖିବାକୁ ସାଇକେଲ ଚଳାଉଥିବା ଦେଖାଯାଉଛି ।
