ଓଡ଼ିଶା ଲିଡ୍ସ(ଯାଜପୁର): ସୁକିନ୍ଦାର ଆଦିବାସୀ ମାନେ ସୁକିନ୍ଦାର ପରିଚୟ । ମାଗେ ପରବ ଅବସରରେ ସମସ୍ତ ଭାଇ ଭଉଣୀ ମାନଙ୍କୁ ଶୁଭେଛା ଜଣାଇବା ସହିତ ସେମାନଙ୍କ ଶୁଖ ସମୃଦ୍ଧି କାମନା କରୁଛି । ସୁକିନ୍ଦା ବିକାଶ ପଛରେ ଆପଣ ମାନଙ୍କ ଅବଦାନକୁ କେବଳ ସୁକିନ୍ଦାବାସୀ ନୁହନ୍ତି ସାରା ରାଜ୍ୟ ମନେରଖିବ । ଭାଇଟିଏ ଭଳି ସବୁ ସମୟରେ ଆପଣଙ୍କ ସହିତ ଥିଲି ଓ ରହିଥିବି ବୋଲି ମାଗେ ପରବରେ ଯୋଗଦେବା ଅବସରରେ କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଦାନଗଦି ବ୍ଲକ୍ ଚିତ୍ରୀ ପଞ୍ଚାୟତର କଟାବାହାଳି ଗ୍ରାମରେ ଆୟୋଜିତ ଆଦିବାସୀ ଭାଇ ଭଉଣୀ ମାନଙ୍କର ପାରମ୍ପରିକ ପର୍ବ “ମାଗେ ପରବ”ରେ ଯୋଗ ଦେଇ ସେମାନଙ୍କୁ ଉତ୍ସାହିତ କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ। ଆଦିବାସୀ ମାନଙ୍କ ପକ୍ଷରୁ ଇଂ ଘଡାଇଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।
