ଓଡ଼ିଶା ଲିଡ୍ସ(ଯାଜପୁର): ଚଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ସୁକିନ୍ଦାର ଯୁବକ ସଚ୍ଚିଦାନନ୍ଦ ନାୟକ । ଆଜି ସଚ୍ଚିଦାନନ୍ଦଙ୍କୁ ଭେଟି ତାଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ରାଜ୍ୟର ବରିଷ୍ଠ ରାଜନେତା ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ। ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖରଡ଼ି ଗ୍ରାମର ଚହଳି ନାୟକ ଏବଂ ସଂଜୁଲତା ନାୟକଙ୍କର ସୁପୁତ୍ର ସଚ୍ଚିଦାନନ୍ଦ ଚଳିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଯାଜପୁର ଜିଲ୍ଲା ତଥା ସୁକିନ୍ଦା ଅଞ୍ଚଳ ପାଇଁ ଗର୍ବ ଏବଂ ଗୌରବ ଆଣିଦେଇଛନ୍ତି ।ଏହି ସମୟରେ ଅନ୍ୟମାନଙ୍କ ମଧ୍ୟରେ ସୁକିନ୍ଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳ, ଉପାଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସୁକିନ୍ଦା ବ୍ଲକ ବିଜେଡି ସଭାପତି ବିବେକାନନ୍ଦ ବୋଷ, ସୁକିନ୍ଦା ଗଡ ସରପଞ୍ଚ ସ୍ୱାଧିନ ଦାସ, ଖରଡ଼ି ପଞ୍ଚାୟତ ସମିତି ସଭ୍ୟା ମିନାରାଣି ବାରିକ, ପଞ୍ଚାୟତ ଯୁବ ସଭାପତି ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।




















